ଭାଉଜଙ୍କୁ ଅସଦାଚରଣ, ଆକ୍ରମଣ ମାମଲା: ଅଭିଯୁକ୍ତ ଗିରଫ

ଦିଗପହଣ୍ଡି, ୮।୭(ବ୍ୟୁରୋ): ଭାଉଜଙ୍କୁ ଅସଦାଚରଣ ଓ ଆକ୍ରମଣ କରିବା ଘଟଣାରେ ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ସୋମବାର ନିମଖଣ୍ଡିପେଣ୍ଠ ଗ୍ରାମର ଅକ୍ଷୟ କୁମାର କର ଓରଫ ବିଟୁଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।
ପ୍ରକାଶ ଯେ, ଗତ ମେ ୧୭ ତାରିଖ ରାତିରେ ଅକ୍ଷୟ ଭାଉଜଙ୍କ ଘରେ ପଶି ତାଙ୍କୁ ଅସଦାଚରଣ କରିବା ସହ ମାଡ଼ ମାରିଥିଲେ। ଏ ନେଇ ସମ୍ପୃକ୍ତା ମହିଳା ଦିଗପହଣ୍ଡି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଆଇଆଇସି ଗୌରାଙ୍ଗ ଚରଣ ସାହୁ ନଂ. ୧୦୬/୧୯ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଥିଲେ। ଗିରଫ ଭୟରେ ଅକ୍ଷୟ ଗ୍ରାମରୁ ଫେରାର ଥିଲେ। ସୋମବାର ପୂର୍ବାହ୍ନରେ ଅକ୍ଷୟ ଗ୍ରାମରେ ଥିବା ଖବର ପାଇ ତଦନ୍ତକାରୀ ପୋଲିସ ସଦଳବଳେ ଅଭିଯୁକ୍ତଙ୍କ ଘରେ ଚଢ଼ାଉକରି ତାଙ୍କୁ ଗିରଫ କରିଛି।

Share