ଭାଙ୍ଗିପଡିଲା ଅର୍ଦ୍ଧନିର୍ମିତ ବିଦ୍ୟାଳୟ ଗୃହ

ବୋଲଗଡ଼,୧୦ା୮(ଡି.ଏନ.ଏ.): ବୋଲଗଡ଼ ବ୍ଲକ ଅସରଳା ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ଅର୍ଦ୍ଧନିର୍ମିତ ଗୃହର ତାଜା ଏବଂ କାନ୍ଥ ବୁଧବାର ବର୍ଷାଯୋଗୁ ଭାଙ୍ଗିିଯାଇଛି। ପ୍ରାୟ ୮ବର୍ଷ ପୂର୍ବରୁ ନିର୍ମାଣ ଆରମ୍ଭ ହୋଇଥିବା ଘରଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଥିଲା। ଅନୁଦାନ ଅଭାବରୁ ଏହା ସମ୍ପୂର୍ଣ୍ଣ ହୋଇପାରି ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ପ୍ରଶାସନ ପକ୍ଷରୁ ଗୃହଟିକୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Share