ଭାଙ୍ଗିଲା ଆଉଟର ସ୍ପ୍ରିଙ୍ଗ୍‌: ଦିବ୍ରୁଗଡ଼ ଏକ୍ସପ୍ରେସରେ ବଦଳିଲା କୋଚ୍‌

ଭୁବନେଶ୍ୱର, ୨୮ା୧୨(ବ୍ୟୁରୋ): ଶୁକ୍ରବାର ଦିବ୍ରୁଗଡ଼ ଏକ୍ସପ୍ରେସ (୧୫୯୨୯) ରେ ଏକ କୋଚ୍‌ର ଆଉଟର ସ୍ପ୍ରିଙ୍ଗ ଭାଙ୍ଗିଯିବାରୁ ଭୁବନେଶ୍ୱର ଷ୍ଟେଶନରେ କୋଚ୍‌ ବଦଳାଯାଇଛି। ତାମ୍ବରମରୁ ଦିବ୍ରୁଗଡ଼ ଯାଉଥିବା ଏହି ଏକ୍ସପ୍ରେସରେ ଗୋଟିଏ ତୃତୀୟ ଶ୍ରେଣୀ ଏସି କୋଚ୍‌ର ଆଉଟର ସ୍ପ୍ରିଙ୍ଗ ଭାଙ୍ଗିଯାଇଛି ବୋଲି ବିଜୟଓ୍ବାଡ଼ା ଷ୍ଟେଶନରେ ଜଣାପଡ଼ିଥିଲା। ସୁରକ୍ଷା ଦୃଷ୍ଟିରୁ ଘଣ୍ଟାପ୍ରତି ୮୦ କି.ମି. ବେଗରେ ଭୁବନେଶ୍ୱର ପର୍ଯ୍ୟନ୍ତ ଆସି ଏହାର କୋଚ୍‌ଟିକୁ ବଦଳାଯାଇଛି। ଭୁବନେଶ୍ୱରରେ ଏହି ଟ୍ରେନ୍‌ଟି ରାତି ୭ଟା ୨୧ରେ ପହଞ୍ଚତ୍ବା ପରେ ନୂଆ କୋଚ୍‌ ଲାଗି ୮ଟା ୫୦ରେ ଦିବ୍ରୁଗଡ଼ ଅଭିମୁଖେ ବାହାରିଥିଲା।

Share