Advertisement

ଭାଙ୍ଗିଲା ଆସ୍‌ ଡ୍ୟାମ୍‌: ୨ ମୃତ; ୪ ନିଖୋଜ

ଭୋପାଳ,୧୧।୪: ଦେଶରେ କରୋନା ବିରୋଧରେ ଲଢ଼େଇ ଜାରି ରହିଥିବାବେଳେ ମଧ୍ୟପ୍ରଦେଶରେ ରିଲାଏନ୍ସ୍‌ର ଆସ୍‌ ଡ୍ୟାମ ଭାଙ୍ଗିବା ଯୋଗୁ ୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସିଙ୍ଗାଉଲିଠାରେ ଘଟିଥିବା ଏହି ଦୁର୍ଘଟଣାରେ ୪ ଲୋକ ନିଖୋଜ ରହିଛନ୍ତି। ସେମାନଙ୍କ ଖୋଜ ଖବର ପାଇଁ ତନାଘନା ଜାରି ରହିଛି। ଆସ୍‌ ଡ୍ୟାମ୍‌ର ପାଣି ବହୁ ଚାଷ ଜମିରେ ମାଡ଼ି ଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ପାଉଁଶ ପାଣି ଘେରରେ ବନ୍ଦୀ ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି। ଖବର ପାଇ ଦୁର୍ଘଟଣାସ୍ଥଳରେ ପୋଲିସ ସମେତ ସରକାରୀ ଅଧିକାରୀମାନେ ପହଞ୍ଚିଛନ୍ତି। ରିଲାଏନ୍ସ୍‌ କମ୍ପାନୀର ଉଚ୍ଚ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share