Advertisement

ଭାଙ୍ଗିଲା ବିଦ୍ୟାଳୟ ଛାତ: ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର

ଦେବଗଡ଼,୨୪।୮(ଡି.ଏନ୍‌.ଏ.): ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଅଧୀନ କଲଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶନିବାର ସ୍କୁଲ ଛାତ ଭାଙ୍ଗି ଯାଇଛି। ସକାଳୁ ପାଠପଢ଼ା ଚାଲିଥିବା ସମୟରେ ଏପରି ଅଘଟଣ ଘଟିଥିଲା। ତେବେ ସୌଭାଗ୍ୟବଶତଃ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଛାତ୍ରୀଛାତ୍ର, ଶିୟୟିତ୍ରୀ, ଶିକ୍ଷକ ବାହାରକୁ ପଳାଇ ଆସିବାରୁ ଏଥିରେ କାହାର କିଛି କ୍ଷତି ହୋଇ ନଥିବା ଜଣାପଡ଼ିିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel