Categories: ଖେଳ

ଭାଙ୍ଗିଲେ ୬୧ ବର୍ଷର ରେକର୍ଡ

ଚଳିତ ୫ ମ୍ୟାଚ୍‌ବିଶିଷ୍ଟ ଆଶେସ ସିରିଜରେ ବ୍ୟାଟିଂରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା ଓ୍ବାର୍ନର ମୋଟ୍‌ ୧୦ ଇନିଂସରୁ ୯୫ ରନ୍‌ ସଂଗ୍ରହ କରିଛନ୍ତି। ଯେଉଁଥିରେ ୬୫ ରନର ଏକ ଅର୍ଦ୍ଧଶତକୀୟ ଇନିଂସ ସାମିଲ ରହିଛି। ଇନିଂସ ପିଛା ତାଙ୍କ ଆଭରେଜ ୯.୫ ରହିଛି। ଫଳରେ ୫ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜରେ ଓପନର୍‌ ଭାବେ ସବୁଠାରୁ ଖରାପ୍‌ ଆଭରେଜ ଓ୍ବାର୍ନରଙ୍କ ନାମରେ ଲିପିବଦ୍ଧ ହୋଇଛି। ଏହିକ୍ରମରେ ଓ୍ବାର୍ନର ୬୧ ବର୍ଷର ଏକ ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି। ୧୯୫୮ରେ ନ୍ୟୁଜିଲାଣ୍ଡ ଓପନର୍‌ ଜନ୍‌ ଡି ଆର୍ସି ୫ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧୩୬ ରନ କରି ଏକ ଅଲୋଡ଼ା ରେକର୍ଡର ଅଧିକାରୀ ରହିଥିଲେ।

Share