Categories: ଜାତୀୟ

ଭାଜପାକୁ ଝଟ୍‌କା ଦେବେକି ଅଜିତ !

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ମହାଭାରତର ମଙ୍ଗଳବାର ଅନ୍ତ ଘଟିବ ବୋଲି ଆଲୋଚନା ହେଉଛି। କାରଣ ଏହାକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ରାୟ ଦେବାର ଅଛି। ହେଲେ ଅନ୍ୟପଟେ ଅଜିତ୍‌ ପାଓ୍ବାର ଭାରତୀୟ ଜନତା ପାର୍ଟି(ଭାଜପା)କୁ ଝଟ୍‌କା ଦେଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଲାଣି। କାରଣ ସୋମବାର ବିଳମ୍ବିତ ରାତିରୁ ଅଜିତଙ୍କର କୌଣସି ପତ୍ତା ମିଳୁ ନାହିଁ। ସେ ବିନା ସୁରକ୍ଷାକର୍ମୀରେ ଘରୁ ବାହାରି ଯାଇଥିବା କୁହାଯାଉଛି। ଆଉ ମଧ୍ୟ ଶୁଣିବାକୁ ମିଳୁଛି କି ସେ ଶରଦ ପାଓ୍ବାର ଓ ସୁପ୍ରିୟା ସୁଲେଙ୍କ ସହ ହୋଟେଲରେ ଅଛନ୍ତି। ଅନ୍ୟ ଏନ୍‌ସିପି ବିଧାୟକଙ୍କ ଭଳି ସେ କୁଆଡେ ଏନ୍‌ସିପି ଅର୍ଥାତ୍‌ ଶରଦ ପାଓ୍ବାରଙ୍କ ନିକଟକୁ ଫେରି ଆସିବେ ବୋଲି ଅନୁମାନ କରାଗଲାଣି। କାରଣ ମଙ୍ଗଳବାର ସକାଳୁ ୨୬/୧୧ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା କାର୍ଯ୍ୟକ୍ରମରେ ଅଜିତ ଯୋଗ ଦେଇ ନାହାଁନ୍ତି। ଏମିତିକି ଗୋଟିଏ ଦିନ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଡାକିଥିବା ବୈଠକରେ ମଧ୍ୟ ସେ ଯୋଗ ଦେଇ ନ ଥିଲେ। ଏସବୁକୁ ଦେଖି ଅନୁମାନ କରାଯାଉଛି କି ସେ ହୁଏତ ଏନ୍‌ସିପିକୁ ଅର୍ଥାତ୍‌ ଶରଦ ପାଓ୍ବାରଙ୍କ ନିକଟକୁ ଫେରିପାରନ୍ତି। ଯଦି ଏମିତି ହେଲା ତେବେ ଭାଜପାକୁ ଶକ୍ତ ଧକ୍କା ଲାଗିବ ବୋଲି କୁହାଯାଉଛି।

Share