Categories: ଜାତୀୟ

ଭାଜପାକୁ ଟାର୍ଗେଟ କଲେ ଅଖିଳେଶ

ଲକ୍ଷ୍ନୌ,୨୨।୧୨: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରିଛନ୍ତି। ଦେଶରେ ସିଏଏକୁ ନେଇ ଯେଉଁଭଳି ହିଂସାର ବାତାବରଣ ଉପୁଜିଛି ସେଥିପାଇଁ ଭାଜପା ଦାୟୀ ବୋଲି ସେ କହିଛନ୍ତି। ଦଙ୍ଗା କରିବା ଲୋକେ ଭାଜପାରେ ଅଛନ୍ତି ବୋଲି ଅଖିଳେଶ କହିଛନ୍ତି। ଏହାଦ୍ୱାରା ସେହି ଦଳର ଲାଭ ହେଉଛି ବୋଲି ଅଖିଳେଶ ରବିବାର ଏକ ଖବରଦାତା ସମ୍ବିଳନୀରେ ପ୍ରକାଶ କରିଛନ୍ତି। ସମାଜବାଦୀ ପାର୍ଟି କର୍ମୀ କେବଳ ବିକ୍ଷୋଭରେ ସାମିଲ ହୋଇଛନ୍ତି ହେଲେ ସେ କେଉଁଠି ଭଙ୍ଗାରୁଜା କରି ନାହାନ୍ତି ବୋଲି ଅଖିଳେଶ ସଫେଇ ଦେଇଛନ୍ତି।

Share