Categories: ଜାତୀୟ

ଭାଜପାକୁ ଟାର୍ଗେଟ କଲେ ଦିଦି

କୋଲକାତା,୧୨।୯: ପଶ୍ଚମିବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ କେନ୍ଦ୍ରର ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗୁରୁବାର ମମତା କୋଲକତାରେ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି) ବିରୋଧରେ ଏକ ରାଲିରେ ଯୋଗ ଦେଇଥିଲେ। ସେଠାରେ ସେ କହିଥିଲେ ଚଳିତ ବର୍ଷ ଏନ୍‌ଆର୍‌ସି ତାଲିକାରୁ ପାଖାପାଖି ୧୯ ଲକ୍ଷ ଲୋକଙ୍କୁ ବାଦ୍‌ ଦିଆଯାଇଛି। ଆଜି ଭାରତ ୭୩ ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ଏବେବି ଆମେ ଆମର ପରିଚୟ ଖୋଜୁଛୁ ବୋଲି ସେ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି। ଆଉ ନିଜ ପରିଚୟର ପ୍ରମାଣ ମଧ୍ୟ ଖୋଜୁଛୁ।

Share