ଭାଜପାକୁ ବିଜୟର ଭରସା ଦେଲେ କଙ୍ଗନା

ମୁମ୍ବାଇ: ମନୋରଞ୍ଜନ ଦୁନିଆ ହେଉ ଅବା ରାଜନୀତି ସବୁଠି ମନ କଥା ଖୋଲା ଖୋଲି କହି ଚର୍ଚ୍ଚାକୁ ଆସୁଥିବା ନାୟିକା କଙ୍ଗନା ରାନାୱତ ଏଥର ବି ଆସିଛନ୍ତି ଚର୍ଚ୍ଚାକୁ । ଗୁରୁବାର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଇଥିବା ବେଳେ ଏହାକୁ ନେଇ ନିଜର ମନ୍ତବ୍ୟ ଦେଇଛନ୍ତି କଙ୍ଗନା । ଏଥର ସେ ଉତ୍ତର ପ୍ରଦେଶର ଶାସକ ଦଳ ଭାରତୀୟ ଜନତା ପାର୍ଟି(ଭାଜପା)କୁ ବିଜୟର ଭରସା ଦେଇଛନ୍ତି । ସୋସିଆଲ ମିଡିଆରେ ସେ ଖୋଲାଖୋଲି ଭାବେ ଏହି କଥା କହିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସହ ଏକ ଫଟୋ ଶେୟାର କରି ଲେଖିଛନ୍ତି, ଶେଷ ବିଜୟ ଆମର ହେବ, ନିଶ୍ଚିତ ଭାବେ ଏହାହିଁ ହେବ ପରିଣାମ । ଯାହାଙ୍କର ରକ୍ଷା ରାମ କରନ୍ତି ତାଙ୍କୁ କିଏ ପରାଜିତ କରିବ । ଏମିତି ଖୋଲା ଖୋଲି ଭାବେ ସେ ଭାଜପାର ବିଜୟ ହେବ ବୋଲି କହିଛନ୍ତି । ଏହାସହ ଆଉ ଏକ ପୋଷ୍ଟରେ କଙ୍ଗନା କହିଛନ୍ତି, ମିଶନ ଶକ୍ତିରେ ମହିଳା ହେଲେ ସୁରକ୍ଷିତ, ଝିଅଙ୍କୁ ମିଳିଲା ସମ୍ମାନ, ସେମାନେ ହେଲେ ଶିକ୍ଷିତ, ଆତ୍ମନିର୍ଭରଶୀଳ ଓ ଝିଅମାନଙ୍କୁ ମିଳିଲା ସମ୍ପୂର୍ଣ୍ଣ ସ୍ୱାଧୀନତା । ଅଧା ଜନସଂଖ୍ୟାକୁ ମିଳିଲା ସମ୍ପୁର୍ଣ୍ଣ ସମ୍ମାନ, ଯୋଗୀ ସରକାର ବଢାଇଲେ ୟୁପିର ମାନ । ମହିଳା ଓ ଶିଶୁଙ୍କ ସୁରକ୍ଷା ବଢିଲା, ଅପରାଧୀଙ୍କ ଉପରେ ଲଗାମ ଲାଗିଲା, ଆସ ଆମେ ସମସ୍ତେ ମିଶି କରିବା ସମ୍ମାନ, ଯୋଗୀ କରିଛନ୍ତି ଉପଯୋଗୀ କାମ । ଏମିତି ଟୁଇଟ୍ କରି କଙ୍ଗନା ଭାଜପାର ବିଜୟ କଥା କହିଛନ୍ତି ।

Share