Categories: ଜାତୀୟ

ଭାଜପାକୁ ଭୁଲରେ ଭୋଟ ଦେଇ ନିଜ ଅଙ୍ଗୁଳି କାଟିଲେ

ବୁଲନ୍ଦସହର,୨୦ା୪ : ଉତ୍ତରପ୍ରଦେଶର ବୁଲନ୍ଦସହରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପବନ କୁମାର(୨୫) ନାମକ ଜଣେ ଦଳିତ ମତଦାତା ବିଏସ୍‌ପି ପ୍ରାର୍ଥୀ ଯୋଗେଶ ବର୍ମାଙ୍କୁ ଭୋଟ ଦେବାକୁ ଚାହୁଁଥିଲେ। କିନ୍ତୁ ଭୁଲବଶତଃ ସେ ଭାଜପା ପ୍ରାର୍ଥୀ ଭୋଳା ସିଂଙ୍କୁ ଭୋଟଦେଇଥିଲେ। ପଦ୍ମଫୁଲ ଚିହ୍ନରେ ଭୁଲ ବଟନ୍‌ ଦବାଇ ଦେଇଥିବାରୁ ଗୁରୁବାର ସେ ନିଜ ତର୍ଜନୀ ଅଙ୍ଗୁଳିକୁ କାଟିଦେଇଥିବା କହିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Share