Categories: ଜାତୀୟ

ଭାଜପାକୁ ମିଳିଛି ୭୦୦ କୋଟି ଚାନ୍ଦା

ନୂଆଦିଲ୍ଲୀ,୧୨ା୧୧(ପି.ଟି.): ୨୦୧୮-୧୯ ଆର୍ଥିକ ବର୍ଷରେ ଶାସକ ଭାଜପାକୁ ୭ ଶହ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଚାନ୍ଦା ମିଳିଥିବା ଦଳ ପକ୍ଷରୁ ଘୋଷଣା କରାଯାଇଛି। ଚେକ୍‌ ଏବଂ ଅନ୍‌ ଲାଇନ ପେମେଣ୍ଟ ଜରିଆରେ ଏହି ଚାନ୍ଦା ମିଳିଛି। ନିର୍ବାଚନ କମିଶନକୁ ଦଳ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଟାଟା କମ୍ପାନୀ ନିୟନ୍ତ୍ରଣରେ ଥିବା ଟ୍ରଷ୍ଟ ସର୍ବାଧିକ ୩୫୬ କୋଟି ଟଙ୍କା ଦେଇଥିବା ବେଳେ ପ୍ରୁଡ଼େଣ୍ଟ ଇଲେକ୍‌ଟ୍ରୋରାଲ ଟ୍ରଷ୍ଟ ୫୪.୨୫ କୋଟି ଟଙ୍କା ଦାନ କରିଛି। ଭାରତର ସବୁଠୁ ଧନୀ ଟ୍ରଷ୍ଟ ପ୍ରୁଡ଼େଣ୍ଟରେ ଭାରତୀ ଗ୍ରୁପ୍‌, ହିରୋ ମୋଟୋ କର୍ପ, ଜୁବିଲାଣ୍ଟ ଫୁଡ୍‌ ଓ୍ବାର୍କସ, ଓରିଏଣ୍ଟ ସିମେଣ୍ଟ, ଡିଏଲ୍‌ଏଫ୍‌, ଜେକେ ଟୟାରସ ପ୍ରମୁଖ ରହିଛନ୍ତି। ରାଜନୈତିକ ଦଳକୁ ୨୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଚାନ୍ଦା ଚେକ୍‌ ଏବଂ ଅନ୍‌ଲାଇନରେ ପେମେଣ୍ଟ କରିବାକୁ ପଡ଼ିଥାଏ।

Share