Categories: ଜାତୀୟ

ଭାଜପାକୁ ଶାସନରୁ ହଟାଇବାକୁ ଚାହୁଁଛନ୍ତି ଜନତା: ପାଓ୍ବାର

ନୂଆଦିଲ୍ଲୀ,୨୩।୧୨: ଝାଡଖଣ୍ଡ ବିଧାନସଭାର ଫଳାଫଳକୁ ଦେଖି ଏନ୍‌ସିପି ନେତା ଶରଦ ପାଓ୍ବାର ତାଙ୍କର ମତ ରଖିଛନ୍ତି। ପାଓ୍ବାର କହିଛନ୍ତି, ଝାଡଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ କରୁଛି, ଏବେ ଜନତା ଭାଜପାକୁ ଶାସନରୁ ହଟାଇବାକୁ ଚାହୁଁଛନ୍ତି। ରାଜସ୍ଥାନ, ମହାରାଷ୍ଟ୍ର, ଛତିଶଗଡ଼ ପରେ ଏବେ ଝାଡଖଣ୍ଡରେ ଭାଜପାର ସ୍ଥିତିକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡୁଛି ବୋଲି ପାଓ୍ବାର ମତ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ସୋମବାର ଝାଡଖଣ୍ଡ ବିଧାନସଭା ନିର୍ବାଚନର ନିର୍ଣ୍ଣାୟକ ଫଳାଫଳ ଆସି ନ ଥିଲେ ମଧ୍ୟ ଭାଜପା ମ୍ୟାଜିକ୍‌ ନମ୍ବରଠାରୁ ବହୁ ପଛରେ ଥିବାର ଲକ୍ଷ୍ୟ କରାଯାଇଥିଲା। ଆଉ ଏହାକୁ ଦେଖି ରାଜନୈତିକ ମହଲରେ ମଧ୍ୟ ଭାଜପାର ସ୍ଥିତିକୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଗଲାଣି।

Share