ଭାଜପାକୁ ସମର୍ଥନ କଲେ ଜୋତାରେ ବାଡେଇବେ ଜନତା: ଦିପେନ୍ଦ୍ର ସିଂ ହୁଡ୍ଡା

ଚଣ୍ଡିଗଡ଼,୨୫।୧୦: ହରିୟାଣା ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠନା ମିଳି ନ ଥିବା ବେଳେ ଏବେ ସରକାର ଗଢିବାକୁ ଉଭୟ ଭାଜପା ଓ କଂଗ୍ରେସ ଜେଜେପି ଓ ସ୍ବାଧିନ ପ୍ରାର୍ଥୀଙ୍କ ସହଯୋଗ ଲୋଡିଛନ୍ତି। ଏହି ସମୟରେ ପୂର୍ବତନ ଏମ୍‌ପି ଦିପେନ୍ଦ୍ର ସିଂ ହୁଡ୍ଡା ଏକ ବିବାଦୀୟ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ସେ କହିଛନ୍ତି ମନୋହର ଲାଲ ଖଟ୍ଟର ସରକାରଙ୍କୁ ସମର୍ଥନ ଦେବାକୁ ଯାଉଥିବା ନିର୍ଦଳୀୟ ପ୍ରାର୍ଥୀମାନେ ନିଜ ପାଇଁ ନିଜେ କବର ଖୋଳୁଛନ୍ତି। ଏମାନେ ଏବେ ସାଧାରଣ ଜନତାଙ୍କ ବିଶ୍ୱାସକୁ ବିକ୍ରି କରିବାକୁ ଯାଉଛନ୍ତି। ଏମିତି କରୁଥିବା ବ୍ୟକ୍ତିଙ୍କୁ ସାଧାରଣ ଜନତା କେବେ କ୍ଷମା ଦେବେ ନାହିଁ ଆଉ ଏଭଳି ଲୋକଙ୍କୁ ଜନତା ଜୋତାରେ ମାରିବେ। ଦିପେନ୍ଦ୍ରଙ୍କ ଏହି ବୟାନ ପରେ ବିବାଦ ମୁଣ୍ଡ ଟେକିଛି। ସୂଚନାଯୋଗ୍ୟ, ହରିୟାଣାର ୭ ସ୍ବାଧୀନ ବିଧାୟକ ଭାଜପାକୁ ସମର୍ଥନ ଦେବା କଥା ଶୁଣାଯିବା ପରେ ଦିପେନ୍ଦ୍ର ଏହା କହିଛନ୍ତି। ଆଉ ସ୍ବାଧୀନ ବିଧାୟକଙ୍କ ଏହି ନିଷ୍ପତ୍ତି କଂଗ୍ରେସକୁ ଶକ୍ତ ଧକ୍କା ଦେଇଛି। କାରଣ ସ୍ବାଧିନ ଓ ଜେଜେପିକୁ ସାଙ୍ଗରେ ନେଇ କଂଗ୍ରେସ ହରିୟାଣାରେ ସରକାର ଗଠନ କରିବାକୁ ଚାହିଁ ବସିଛି।

Share