Advertisement
Categories: ଜାତୀୟ

ଭାଜପାରୁ ନିର୍ବାଚନ ଲଢ଼ିବେ ସନ୍ନି ଦେଓଲ !

ନୂଆଦିଲ୍ଲୀ, ୨୦ା୪ : ବଲିଉଡ୍‌ର ଆକ୍ସନ ହିରୋ ସନ୍ନି ଦେଓଲ ଭାଜପାରେ ମିଶିବା ନେଇ  ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ପଞ୍ଜାବର ଅମୃତସରରୁ ସନ୍ନି ପ୍ରାର୍ଥୀ ହେବା ନେଇ ମଧ୍ୟ ଆଲୋଚନା ହେଉଛି। ଏନେଇ ଶନିବାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦିଲ୍ଲୀରେ ସନ୍ନି ଦେଓଲଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଶାହ ସନ୍ନିଙ୍କୁ ଅମୃତସର ଆସନରୁ ନିର୍ବାଚନ ଲଢ଼ିବାକୁ ଅନୁରୋଧ କରିଛନ୍ତି। ଭାଜପା ଅମୃତସରରେ ସନ୍ନିଙ୍କୁ ପ୍ରାର୍ଥୀ କରିବାକୁ ଚାହଁୁଥିବାବେଳେ ଗୁରୁଦାସପୁରରେ ଦିବଂଗତ ବିନୋଦ ଖାନ୍ନାଙ୍କ ସ୍ତ୍ରୀ କବିତା ଖାନ୍ନା କିମ୍ବା ପୁଅ ଅକ୍ଷୟ ଖାନ୍ନାଙ୍କୁ ପ୍ରାର୍ଥୀ କରିବାକୁ ଲକ୍ଷ୍ୟ ରଖିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share