ଲକ୍ଷ୍ନୌ,୧।୮: ଉନ୍ନାଓ ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଭାଜପା ବିଧାୟକ କୁଲଦୀପ ସିଂ ସେନ୍ଗାରଙ୍କୁ ଭାଜପାରୁ ବହିଷ୍କାର କରାଯାଇଛି। ସୂଚନା ଅନୁଯାୟୀ, ଭାଜପାର ପ୍ରଦେଶ ଅଧ୍ୟକ୍ଷ ସ୍ବତନ୍ତ୍ରଦେବ ସିଂକୁ ଦିଲ୍ଲୀରୁ ଅଚାନକ ଡାକରା ଆସିବା ପରେ ସେନ୍ଗାରଙ୍କୁ ବହିଷ୍କାର କରାଯାଇଛି। ତେବେ ଉନ୍ନାଓ ପୀଡିତାଙ୍କ ଦୁର୍ଘଟଣା ସୁପରିକଳ୍ପିତ ବୋଲି କୁହାଯିବା ପରେ ଏହାକୁ ନେଇ ଚାରିଆଡୁ ଭାଜପା ଉପରେ ଚାପ ପଡିବାରୁ ଦଳ ଏଭଳି ପଦକ୍ଷେପ ନେଇଥିବା ଆଲୋଚନା ହେଉଛି। ସୂଚନାଯୋଗ୍ୟ, ୨୦୧୭ରେ ବିଧାୟକ ସେନ୍ଗାର ଉନ୍ନାଓ ପୀଡିତାଙ୍କୁ ବଳାତ୍କର କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଗତ ପ୍ରାୟ ୪ ଦିନ ତଳେ ଉନ୍ନାଓ ପୀଡିତା ଓ ତାଙ୍କ ସମ୍ପର୍କୀୟ ଯାଇଥିବା ଗାଡି ଦୁର୍ଘଟଣା ହେବା ପରେ ସେନ୍ଗାରଙ୍କ ନାଁରେ ହତ୍ୟା ଅଭିଯୋଗ ଆସିଛି।