Categories: ଜାତୀୟ

ଭାଜପାରେ ଜ୍ୟୋତିରାଦିତ୍ୟଙ୍କ ଏଣ୍ଟ୍ରି ନେଇ ଅସନ୍ତୁଷ୍ଟ ପ୍ରଭାତ: ହାତରୁ ରାଜ୍ୟ ସଭା ଆସନ ଯିବା ଆଶଙ୍କା

ନୂଆଦିଲ୍ଲୀ,୧୧।୩: ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାଜପାରେ ଦେଇଛନ୍ତି। ତେବେ ଭାଜପାରେ ତାଙ୍କର ଏଣ୍ଟ୍ରି ପରେ ଦଳର ବରିଷ୍ଠ ନେତା ପ୍ରଭାତ ଝା ଅସନ୍ତୁଷ୍ଟ ହୋଇଛନ୍ତି। ସେ ମଧ୍ୟପ୍ରଦେଶରୁ ଭାଜପା କୋଟାରେ ରାଜ୍ୟ ସଭାକୁ ଯାଇଥାନ୍ତେ। ତେବେ ଜ୍ୟୋତିରାଦିତ୍ୟଙ୍କୁ ତାଙ୍କ ସ୍ଥାନରେ ରାଜ୍ୟ ସଭା ପଠାଯିବ। ଏନେଇ ପ୍ରଭାତ ହାଇକମାଣ୍ଡଙ୍କୁ ମଧ୍ୟ ସୂଚନା ଦେଇଛନ୍ତି। ସେ ଟୁଇଟ୍‌ କରି ନିଜର ଅସନ୍ତୋଷ ସମ୍ପର୍କରେ ଜଣାଇଛନ୍ତି। ସୂଚନାଯୋଗ୍ୟ, ପ୍ରଭାତ ଏବେ ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି।

Share