Categories: ଜାତୀୟ

ଭାଜପାରେ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚାର ହୋଇପାରେ ବିଲୟ: ନଡ୍ଡାଙ୍କୁ ଭେଟିଲେ ମରାଣ୍ଡି

ନୂଆଦିଲ୍ଲୀ,୯।୨: ଭାଜପାରେ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚାର ବିଲୟ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଛି। ଏନେଇ ବାବୁଲାଲ ମରାଣ୍ଡି ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ରବିବାର ଭେଟିଛନ୍ତି। ଫେବୃୟାରୀ ୧୭ରେ ଦୁଇ ଦଳର ମିଶ୍ରଣ ହେବାର ସମ୍ଭାବନା ରହିଥିବା କୁହାଯାଉଛି। ଝାଡ଼ଖଣ୍ଡ ଭାଜପା ପ୍ରଭାରୀ ଓମ୍‌ ପ୍ରକାଶ ମାଥୁର ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡରେ ଭାଜପାର ପରାଜୟ ପରେ ବାବୁଲାଲ୍‌ ଭାଜପା ହାଇ କମାଣ୍ଡଙ୍କ ଯୋଗାଯୋଗରେ ଥିଲେ। ଦୁଇଦଳର ମିଶ୍ରଣ ପରେ ଭାଜପାରେ ବାବୁଲାଲ୍‌ଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

Share