Categories: ଜାତୀୟ

ଭାଜପାରେ ଫାଟ: ଏମ୍‌ପି-ମନ୍ତ୍ରୀଙ୍କ କଳିରୁ ପୋଲ ଉପର ଦେଇ ଯାତାୟାତ ବନ୍ଦ

କାନପୁର,୩୦।୧: ଉତ୍ତରପ୍ରଦେଶ ଭାଜପାରେ ଫାଟ ସୃଷ୍ଟି ହୋଇଛି। ଏମ୍‌ପି ସତ୍ୟଦେବ ପଚୌରି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ସତିଶ ମହାନାଙ୍କ ମଧ୍ୟରେ ଲାଗି ରହିଥିବା କଳି ଯୋଗୁ ଏବେ କାନପୁରରେ ନିର୍ମିତ ହୋଇଥିବା ପୋଲ ଉପର ଦେଇ ଯାତାୟାତ ବନ୍ଦ ହୋଇଛି। ମନ୍ତ୍ରୀ ସତିଶ ମହାନା ଜାନୁୟାରୀ ୨୬ରେ ପୋଲର ଲୋକର୍ପଣ କରିଥିଲେ। ତେବେ ଗୁରୁବାର ଦିନ ପୋଲର କାମ ଅଧା ହୋଇଥିବା ଦର୍ଶାଇ ଏମ୍‌ପି ସତ୍ୟଦେବଙ୍କ ପକ୍ଷରୁ ଏହା ଉପର ଦେଇ ଯାତାୟାତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ପୋଲର ଉଭୟ ପାର୍ଶ୍ୱରେ ରାସ୍ତା ବନ୍ଦ କରାଯାଇଛି। ୨୦୦୭ରେ ପୋଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାକୁ ୨୦୧୨ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ତେବେ ବିଳମ୍ବ ହେବାରୁ ପୋଲ ନିର୍ମାଣ ଖର୍ଚ୍ଚ ବଢ଼ି ୫୪ କୋଟି ଟଙ୍କାରେ ପହଞ୍ଚିଥିଲା। କିନ୍ତୁ ଏବେ ପୋଲ ରାଜନୈତିକ ବିବାଦ ମଧ୍ୟକୁ ଟାଣି ହୋଇ ଆସିଛି। ଫଳରେ ସାଧାରଣ ଲୋକେ ଏହାକୁ ନେଇ ହଇରାଣ ହେଉଥିବା କୁହାଯାଉଛି।

Share