Categories: Home Leftଖେଳ

ଭାଜପାରେ ବବିତା, ବାପା ମହାବୀର

ନୂଆଦିଲ୍ଲୀ,୧୨।୮- ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକଧାରୀ ବବିତା ଫୋଗଟ ଓ ତାଙ୍କ ବାପା ତଥା କୋଚ୍‌ ମହାବୀର ଫୋଗଟ ସୋମବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗ ଦେଇଛନ୍ତି। ପୂର୍ବରୁ ଜନନାୟକ ଜନତା ପାର୍ଟି (ଜେଜେପି) ସ୍ପୋଟର୍‌ସ ସେଲ୍‌ର ମୁଖ୍ୟ ଥିଲେ ମହାବୀର। ହରିୟାଣା ବିଧାନ ସଭା ନିର୍ବାଚନର ଦୁଇ ମାସ ପୂର୍ବରୁ ମହାବୀର ଏହି ନିଷ୍ପତ୍ତି ନେଇଛନ୍ତି। ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ୨୦୧୮ ଗୋଲ୍ଡକୋଷ୍ଟ ଇଭେଣ୍ଟରେ ରୌପ୍ୟ ପଦକ ହାତେଇଥିଲେ। ଏହା ବାଦ୍‌ ଜମ୍ମୁ-କଶ୍ମୀରରୁ ୩୭୦ ଓ ୩୫ ଏ’ ଧାରା ଉଚ୍ଛେଦ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତିରେ ଅନୁପ୍ରାଣିତ ହୋଇଥିବା ମହାବୀର କହିଛନ୍ତି। ଉଲ୍ଲେଖଥାଉ କି, ଗତ ସୋମବାର ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ନିଷ୍ପତ୍ତିକୁ ବବିତା ପ୍ରଶଂସା କରିଥିଲେ। ଏହି ଦିନ ସର୍ବଦା ମନେରହିବ। ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସଲାମ। ଏହାପରେ ଭାରତ ସହ ପାକିସ୍ତାନ ସମସ୍ତ ପ୍ରକାର ଯୋଗାଯୋଗ ବାତିଲ କରିବା ଘଟଣା ଉପରେ ମଧ୍ୟ ସେ କମେଣ୍ଟ କରିଥିଲେ। ପଙ୍କଚର ମାରୁଥିବା ଦେଶ ଏମ୍‌ଆରଏଫ୍‌ ସମ୍ପର୍କ ଛିନ୍ନ କରୁଥିବା ସେ ଟୁଇଟ୍‌ କରିଥିଲେ।