ଭାଜପାରେ ଯୋଗଦେଲେ ଏହି ଅଭିନେତ୍ରୀ

ଚେନ୍ନାଇ,୧।୧୧: ରାଜନୀତିରେ ଧୀରେ ଧୀରେ ସିନେମା ଅଭିନେତା ଓ ଅଭିନେତ୍ରୀଙ୍କ ଚାହିଦା ବଢୁଛି। ପୁଣି ଜଣେ ଅଭିନେତ୍ରୀ ଭାଜପାରେ ଯୋଗଦେଇଛନ୍ତି। ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ନମିତା ଏବଂ ରାଧା ରବି ଭାଜପାର ସଦସ୍ୟତା ଗ୍ରହଣ କରିଛନ୍ତି। ରାଧା ରବି ପୂର୍ବରୁ ରାଜନୀତି ସହ ଜଡିତ ଥିଲେ। କିନ୍ତୁ ଅଭିନେତ୍ରୀ ନୟନତାରାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବାପରେ ତାଙ୍କୁ ଡିଏମ୍‌କେ ଦଳରୁ ବହିଷ୍କାର କରାଯାଇଥିଲା। ନମିତା ଏବଂ ରାଧା ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇଛନ୍ତି। ସୂଚନାଯୋଗ୍ୟ, କିଛିଦିନ ହେବ ତାମିଲନାଡୁ ସମେତ ଦକ୍ଷିଣ ଭାରତରେ ଭାଜପା ନିଜ ସ୍ଥିତି ମଜଭୁତ୍‌ କରିବାରେ ଲାଗିପଡିଛି। ଏହି କ୍ରମରେ ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ନଡ୍ଡା ରବିବାର ତାମିଲନାଡୁରେ ପହଞ୍ଚି କାର୍ଯ୍ୟକର୍ତ୍ତାଙ୍କ ସହ ସଙ୍ଗଠନର ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।

Share