Categories: ଜାତୀୟ

ଭାଜପାରେ ଯୋଗଦେଲେ ତାମିଲ କଳାକାର

ଚେନ୍ନାଇ,୩୦।୧୧: ତାମିଲ ଫିଲ୍ମ ଓ ଟେଲିଭିଜନ ଜଗତର କଳାକାର ରାଧା ରବି ଶନିବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଭାଜପା ସ୍ଥିତି ସାମନ୍ୟ ଦୋହଲି ଯାଉଥିବା ଆଲୋଚନା ହେଉଥିବା ବେଳେ ଦଳକୁ ମଜଭୂତ କରିବାକୁ ବଡ ବଡ ନେତା ପ୍ରୟାସ ଜାରି ରଖିଛନ୍ତି। ଏତିକିବେଳେ ଜଣେ କଳାକାରଙ୍କ ଭାଜପାରେ ଯୋଗଦାନ ଦଳକୁ ହୁଏତ ମଜଭୂତ କରିପାରେ ବୋଲି ମତ ପ୍ରକାଶ ପାଇଛି।

Share