Categories: ଜାତୀୟ

ଭାଜପାରେ ଯୋଗଦେଲେ ବରିଷ୍ଠ କଂଗ୍ରେସ ନେତାଙ୍କ ପୁଅ

ନୂଆଦିଲ୍ଲୀ,୪।୨: ବରିଷ୍ଠ କଂଗ୍ରେସ ନେତା ଜନାର୍ଦ୍ଦନ ଦ୍ୱିବେଦୀଙ୍କ ପୁଅ ସମିର ଦ୍ୱିବେଦୀ ମଙ୍ଗଳବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ହେଲେ ଜନାର୍ଦ୍ଦନ ଏକଥା ଜାଣି ନ ଥିବା କହିଛନ୍ତି। ସେ କଂଗ୍ରେସର ଜଣେ ବରିଷ୍ଠ ନେତାଭାବେ ବେଶ୍‌ ଜଣାଶୁଣା ଥିବା ବେଳେ ତାଙ୍କ ପୁଅ ସମିର ଭାଜପାରେ ଯୋଗ ଦେବା କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି ବୋଲି କୁହାଯାଉଛି। ସୂଚନାଯୋଗ୍ୟ, କିଛିଦିନ ହେବ କଂଗ୍ରେସ ହାଇକମାଣ୍ଡଙ୍କ ସହ ଜନାର୍ଦ୍ଦନଙ୍କର ସମ୍ପର୍କ ସେତେଟା ଭଲ ନ ଥିବା କୁହାଯାଉଛି। ବିଶେଷ କରି ଯେବେଠାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି ସେବେଠାରୁ ଦଳ ମଧ୍ୟରେ ତାଙ୍କର ଗୁରୁତ୍ୱ ନ ଥିବା କୁହାଯାଉଛି। ଏହାକୁ ନେଇ ଦଳ ମଧ୍ୟରେ ଖୋଲାଖୋଲି ଆଲୋଚନା ମଧ୍ୟ ହୋଇଥିଲା। ଅପରପକ୍ଷେ ଜନାର୍ଦ୍ଦନ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ନିକଟତମ ବୋଲି କୁହାଯାଉଥିଲା। ହେଲେ ଏତେ ପରେ ବି ତାଙ୍କ ପୁଅ ଭାଜପାରେ ଯୋଗ ଦେବା କଂଗ୍ରେସ ପାଇଁ ବଡ ଝଟ୍‌କା ବୋଲି କୁହାଯାଉଛି।

Share