ବେଙ୍ଗାଲୁରୁ,୧୪।୧୧: କର୍ନାଟକ କଂଗ୍ରେସ ଓ ଜେଡି(ଏସ୍)ର ୧୫ ଅଯୋଗ୍ୟ ଘୋଷିତ ବିଧାୟକ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ଉପସ୍ଥିତିରେ ଏମାନେ ଭାଜପା ହାତ ଧରିଛନ୍ତି। ସୂଚନାଯୋଗ୍ୟ, ବିଧାନସଭା ବାଚସ୍ପତି କେଆର୍ ରମେଶ କୁମାରଙ୍କ ଦ୍ୱାରା ୧୭ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଡିସେମ୍ବରରେ ଅନୁଷ୍ଠିତ ଉପ ନିର୍ବାଚନରେ ଏମାନେ ଲଢି ପାରିବେ ବୋଲି ସୁପିମକୋର୍ଟ ବୁଧବାର ରାୟ ଦେବା ପରେ ଏମାନେ ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି।