କୋଲକତା,୧୩।୭: ପଶ୍ଚିମବଙ୍ଗ କଂଗ୍ରେସ, ସିପିଏମ୍ ଓ ତ୍ରୁଣ ମୂଳ କଂଗ୍ରେସର ୧୦୭ ଜଣ ବିଧାୟକ ଭାଜପାରେ ଯୋଗ ଦେବେ ବୋଲି ଭାଜପା ନେତା ମୁକୁଲ ରୟ ଶନିବାର ପ୍ରକାଶ କରିଛନ୍ତି। ନିକଟରେ କଂଗ୍ରେସରେ ସଙ୍କଟ ଦେଖା ଦେଇଥିବା ବେଳେ ଭାଜପା ଏହାର ଫାଇଦା ଉଠାଉଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଭାଜପା ନିକଟରେ ଏହାର ଏକ ତାଲିକା ରହିଛି ଓ ଏମାନେ ଭାଜପା ସହ ସମ୍ପର୍କରେ ଅଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ରୟ ବିଧାନନଗର ମ୍ୟୁନସିପାଲ କର୍ପୋରେଶନ, ବରିଷ୍ଠ ଟିଏମ୍ସି ନେତା ଓ ବିଧାୟକ ସବ୍ୟସାଚି ଦତ୍ତଙ୍କ ସହ ଏ ନେଇ କଥା ହୋଇଥିଲେ।