Categories: ଜାତୀୟ

ଭାଜପାରେ ସାମିଲ ହେବେ କି ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବେ କଂଗ୍ରେସ ଛାଡି ପାରନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। କିଛିଦିନ ହେବ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଜ୍ୟୋତିରାଦିତ୍ୟ ବୋଧହୁଏ କଂଗ୍ରେସ ଛାଡି ପାରନ୍ତି। ଆଉ ଏହାକୁ ଦେଖିବା ପରେ ଅନେକ ଅନୁମାନ ଲଗାଇଛନ୍ତି କି ପିଉସି ବସୁ୍‌ନ୍ଧରା ରାଜେଙ୍କ ସହ ମିଶି ସେ ହୁଏତ ଭାଜପାରେ ସାମିଲ ହୋଇପାରନ୍ତି। ତେବେ ଏହା ପଛର କାରଣ ହେଉଛି ଅନୁଚ୍ଛେଦ ୩୭୦। କାରଣ ଜମ୍ମୁ-କଶ୍ମୀରରୁ ମୋଦି ସରକାର ଅନୁଚ୍ଛେଦ ୩୭୦ ହଟାଇ ଦେବା ପରେ ଟୁଇଟ୍‌ କରି ଜ୍ୟୋତିରାଦିତ୍ୟ କେନ୍ଦ୍ର ସରକାରଙ୍କର ପ୍ରଶଂସା କରିଥିଲେ। ଆଉ ଏହି ଟୁଇଟ୍‌ ପରଠାରୁ ଏବେ ପର୍ଯ୍ୟନ୍ତ ଆଲୋଚନା ହେଉଛି କି ଏବେ କଂଗ୍ରେସରେ ବୋଧହୁଏ ଜ୍ୟୋତିରାଦିତ୍ୟ ଖୁସି ନାହାଁନ୍ତି।

Share