Categories: ଖେଳ

ଭାଜପାରେ ସାମିଲ ହେଲେ ଏହି ଦୁଇ ଖେଳାଳି

ନୂଆଦିଲ୍ଲୀ,୨୭।୯: ଅଲିମ୍ପିକ ପଦକ ବିଜେତା ରେସଲର୍‌ ତଥା ପଦ୍ମଶ୍ରୀ ଯୋଗେଶ୍ୱର ଦତ୍ତ ଏବଂ ପୂର୍ବତନ ହକି ଅଧିନାୟକ ସନ୍ଦୀପ ସିଂହ ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ହରିଆଣା ଭାଜପା ମୁଖ୍ୟ ସୁଭାଷ ବରାଲାଙ୍କ ଉପସ୍ଥିତିରେ ଏହି ଦୁଇ ଖେଳାଳି ଭାଜପାରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଭାବିତ ହୋଇ ଭାଜପାରେ ଯୋଗ ଦେଇଥିବା ଯୋଗେଶ୍ୱର କହିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ବହୁ ରେସଲିଂ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବା ସହ ସେ ୨୦୧୪ କମନଓ୍ବେଲଥର ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିପରି ସନ୍ଦୀପ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପ୍ରଭାବିତ। ଦେଶ ସେବା କରିବାକୁ ବହୁତ ଆଗ୍ରହୀ। ସେଥିପାଇଁ ଭାଜପା ଯୋଗ ଦେଲି ବୋଲି କହିଛନ୍ତି। ଅକ୍ଟୋବର ୨୦୧୯ରେ ହରିଆଣାରେ ବିଧାନସଭା ନିର୍ବାଚନ ଅଛି। ଠିକ ଏହା ପୂର୍ବରୁ ହିଁ ଯୋଗେଶ୍ୱର ଏବଂ ସନ୍ଦୀପ ଭାଜପାରେ ଯୋଗ ଦେଇଛନ୍ତି।

Share