Categories: ଜାତୀୟ

ଭାଜପାରେ ହୋଇପାରେ ବିଦ୍ରୋହ

ବେଙ୍ଗାଲୁରୁ,୧୪ା୧୧(ପି.ଟି.): ଅଯୋଗ୍ୟ ଘୋଷିତ ୧୭ ବିଧାୟକଙ୍କ ମଧ୍ୟରୁ କେତେଜଣଙ୍କୁ କର୍ନାଟକ ବିଧାନସଭା ଉପନିର୍ବାଚନରେ ଭାଜପା ଟିକେଟ ଦେବ ବୋଲି କୁହାଯାଉଛି। ଏହା ଜଣାପଡିବା ପରେ ଭାଜପାରେ ବିଦ୍ରୋହ ସୃଷ୍ଟି ହୋଇପାରେ ବୋଲି ସୂଚନା ମିଳିଲାଣି। ଉପନିର୍ବାଚନରେ ଟିକେଟ ନ ମିଳିଲେ ବିଦ୍ରୋହ କରିବା ପାଇଁ କଗଓ୍ବାଦ ଆସନରୁ ଆଶାୟୀ ରାଜୁ କାଗେ ଏବଂ ଭାଜପାର ଛିକ୍କବାଲାପୁରା ଏମ୍‌ପି ବି.ଏନ୍‌. ବଚ୍ଛେଗୌଡାଙ୍କ ପୁଅ ଶରତ ଖୋଲାଖୋଲି ଧମକ ଦେଇସାରିଲେଣି। ଉଭୟ ୨୦୧୮ରେ ଭାଜପା ଟିକେଟରେ
ଲଢ଼ି ହାରିଯାଇଥିଲେ। କାଗେ ଭାଜପା ଛାଡି କଂଗ୍ରେସରେ ଯୋଗଦେବେ ବୋଲି କହିଥିଲାବେଳେ ହୋସ୍‌କୋଟେ ଆସନରୁ ଶରତ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ଚେତାବନୀ ଦେଇଛନ୍ତି।

Share