ଭାଜପାର ନୂତନ ସଦସ୍ୟତା ଅଭିଯାନ ପ୍ରସଙ୍ଗଅନନ୍ତ ପ୍ରଭାରୀ, ଶାରଦା ସହପ୍ରଭାରୀ ନିଯୁକ୍ତ

ଭୁବନେଶ୍ୱର, ୧୮।୬(ବ୍ୟୁରୋ):  ଓଡ଼ିଶାରେ ଭାଜପାର ନୂଆ ସଦ୍ୟସତା ଅଭିଯାନ ଆଗକୁ ନେବା ଏବଂ ନୂଆ ସଦସ୍ୟମାନଙ୍କୁ ଦଳରେ ସାମିଲ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଷ୍ଟ୍ରୀୟ ଉପସଭାପତି ତଥା ସଦସ୍ୟତା କେନ୍ଦ୍ରୀୟ ପ୍ରଭାରୀ ଶିବରାଜ ସିଂ ଚୌହାନଙ୍କ ଅନୁମୋଦନକ୍ରମେ ପୂର୍ବତନ ଏମ୍‌ପି ଅନନ୍ତ ନାୟକଙ୍କୁ ଓଡିଶାର ସଦ୍ୟସତା ଅଭିଯାନର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେହିପରି ରାଜ୍ୟ ଭାଜପାର ପୂର୍ବତନ ସଙ୍ଗଠନ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀଙ୍କୁ ସଦସ୍ୟତା ଅଭିଯାନର ସହ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି। ଭାଜପା ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ଦଳର ସମ୍ବିଧାନ ଅନୁଯାୟୀ ପ୍ରତ୍ୟେକ ୩ବର୍ଷରେ ଥରେ ନୂତନ ସଭ୍ୟ ସଂଗ୍ରହ କରାଯାଇଥାଏ। ସଭ୍ୟ ସଂଗ୍ରହ ଅଭିଯାନ ପରେ ସଦସ୍ୟତା ଆଧାରରେ ଦଳର ପୁନର୍ବିନ୍ୟାସ ହେବାସହ ନୂତନ ଦାୟିତ୍ୱ ବଣ୍ଟନ କରାଯାଏ। ବର୍ତ୍ତମାନ ଭାଜପାରେ ଓଡିଶାର ସଭ୍ୟ ସଂଖ୍ୟା ୩୬ ଲକ୍ଷ ରହିଛି। ଚଳିତବର୍ଷ ଏଥିରେ ଆଉ ୨୫ ପ୍ରତିଶତ ନୂତନ ସଭ୍ୟଙ୍କୁ ଦଳରେ ସାମିଲ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି।

Share