Categories: ଜାତୀୟ

ଭାଜପାର ପ୍ଲାନ ‘ବି’କୁ ନେଇ ମତ ରଖିଲେ ଫଡନବିସ

ମୁମ୍ବାଇ,୨୯।୧୦: ମହାରାଷ୍ଟ୍ରରେ ଶିବସେନାର ନଖରାମି ପରେ ଏବେ ଭାଜପା ପ୍ଲାନ ‘ବି’ ପ୍ରସ୍ତୁତିରେ ରହିଥିବା ଆଲୋଚନା ହେଉଛି। ଭାଜପାର ରାଜ୍ୟସଭା ଏମ୍‌ପି ସଞ୍ଜୟ କାକଡେ କହିଛନ୍ତି, ଭାଜପା ଶିବସେନା ବିନା ମହାରାଷ୍ଟ୍ରରେ ସରକାର ଗଢିବ। ସେ କହିଛନ୍ତି ଶିବସେନାର ୫୬ ବିଧାୟକଙ୍କ ମଧ୍ୟରୁ ୪୫ ଜଣ ଭାଜପା ସହ ସମ୍ପର୍କରେ ଅଛନ୍ତି। ତେଣୁ ସେମାନେ ଭାଜପାକୁ ସମର୍ଥନ କରିବେ। ଆଉ ଏହା ଯଦି ସତ ହୁଏ ତେବେ ଶିବସେନା ବିନା ଭାଜପା ସରକାର ଗଠନ କରିବା କିଛି ବିଚିତ୍ର କଥା ନୁହେଁ। ଏପଟେ ରାଜନୈତୀକ ବିଷ୍ଳେଶକଙ୍କ ମତ ହେଉଛି ଭାଜପା ପ୍ଲାନ୍‌ ‘ବି’ ପାଇଁ ଯଦି ପ୍ରସ୍ତୁତି ଚଳାଇଛି ତେବେ ଏହା ଶିବସେନା ଉପରେ ଚାପ ପକାଇବାକୁ ଭାଜପା ପ୍ରେସର ପଲିଟିକ୍ସ ଖେଳ ଆରମ୍ଭ କରିଦେଇଛି। ଏହାପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ କହିଛନ୍ତି ଭାଜପା କୌଣସି ପ୍ଲାନ ଉପରେ କାମ କରୁନାହିଁ। କାରଣ ଦଳର ଅଧ୍ୟକ୍ଷ ଅମିତ ଶାହ ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି। ତେବେ ମହାରାଷ୍ଟ୍ରର ଏହି ରାଜନୀତି ଉପରେ ଆସନ୍ତା ୩୧ ତାରିଖରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ଭାଜପା ପକ୍ଷରୁ କୁହାଯାଇଥିବା ସୂଚନା ମିଳିଛି। ଯଦି ଏଥିରେ ଶିବସେନା ନ ମାନେ ତେବେ ଭାଜପା ପ୍ଲାନ ‘ବି’ ପାଇଁ କାମ କରିବ ବୋଲି ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ଅନ୍ୟପଟେ ମହାରାଷ୍ଟ୍ରରେ ଭାଜପା ସରକାର ଗଠନ କରିବ ବୋଲି ଫଡନବିସ ଦୃଢ ଭାବେ କହିଛନ୍ତି।

Share