Categories: ଜାତୀୟ

ଭାଜପାର ରାତ୍ର ଅଭିଯାନ ବିରୋଧରେ ଶରଦ ପାଓ୍ବାରଙ୍କ ରାଜନୀତି

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଜାରି ରହିଥିବା କଳ୍ପନାଜଳ୍ପନାର ଶେଷରେ ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍‌ନବିସ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ଏନ୍‌ସିପିର ଅଜିତ୍‌ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଏନେଇ ଶିବସେନା-ଏନ୍‌ସିପି-କଂଗ୍ରେସ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟଙ୍କ ରାୟ ଅନୁସାରେ ଶକ୍ତିପରୀକ୍ଷା ସମୟ ସୀମା ଉପରେ ଫଡ୍‌ନବିସ ସରକାରଙ୍କ ଭାଗ୍ୟ ନିର୍ଭର କରିବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଶରଦ ପାଓ୍ବାର ଭାଜପାର ରାତ୍ର ଅଭିଯାନ ବିରୋଧରେ ଅଣ୍ଟା ଭିଡ଼ିଛନ୍ତି। ତାଙ୍କ ପାଖରେ ୪୯ ଏନ୍‌ସିପି ବିଧାୟକ ଥିବା ସେ ଦାବି କରିଛନ୍ତି।

Share