Advertisement

ଭାଜପାର ‘ସଦସ୍ୟତା ଅଭିଯାନ’, ସାମିଲ ହେବେ ୧୦ ଲକ୍ଷ ଯୁବକ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ଭାଜପା ପକ୍ଷରୁ ସଂଗଠନ ପର୍ବ ‘ସଦସ୍ୟତା ଅଭିଯାନ’ ଆରମ୍ଭ କରାଯାଇଛି। ଏଥିରେ ଦେଶ ତଥା ରାଜ୍ୟର ଯୁବପୀଢ଼ୀଙ୍କୁ ସାମିଲ କରାଯିବ। ନୂଆ ଭାରତ ତଥା ନୂଆ ଓଡ଼ିଶା ଲକ୍ଷ୍ୟ ରଖିଥିବା ୧୦ ଲକ୍ଷ ଯୁବକଙ୍କୁ ଜୁଲାଇ ୨୬ରୁ ଅଗଷ୍ଟ ୮ ମଧ୍ୟରେ ସଦସ୍ୟତା ଅଭିଯାନରେ ସାମିଲ କରାଯିବା ଲକ୍ଷ୍ୟ ରଖିଛି ଭାଜପା। ଶୁକ୍ରବାର ଭାଜପା ଦଳୀୟ କାର୍ଯ୍ୟକ୍ରମରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ଭାଜପା ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଅତୁଲ କୁମାର।

ସେ କହିଛନ୍ତି, ଭାଜପା ପକ୍ଷରୁ ନୂଆ ଭାରତ, ନୂଆ ଓଡ଼ିଶା ସ୍ବପ୍ନ ଦେଖୁଥିବା ଯୁବକଙ୍କୁ ଦଳରେ ସାମିଲ କରିବା ଲାଗି ଏହି ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯିବ। ଗତ ଲୋକ ସଭା ନିର୍ବାଚନରେ ଦଳ ୮ ଆସନରେ ବିଜୟୀ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିନ୍ତାଧାରାରେ ପ୍ରଭାବିତ ହୋଇ ୯୧ ଲକ୍ଷ ଭୋଟର ଭାଜପାକୁ ଭୋଟ ଦେଇଛନ୍ତି। ଏଥିରେ ଯୁବପୀଢ଼ୀଙ୍କ ବୃହତ ଯୋଗଦାନ ରହିଛି। ଏଣୁ ୧୦ ଲକ୍ଷ ଯୁବପୀଢ଼ୀଙ୍କ ସଦସ୍ୟତା ସହ ଦଳ ପକ୍ଷରୁ ସ୍ବଚ୍ଛତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯିବ ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share