ମୁମ୍ବାଇ,୨୬।୮: ମହାରାଷ୍ଟ୍ରରେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଭାଜପାର ସହଯୋଗୀ ଦଳ ରାଷ୍ଟ୍ରୀୟ ସମାଜ ପକ୍ଷ(ଆର୍ଏସ୍ପି) ପାଇଁ ପ୍ରଚାର କରିବେ ବୋଲି ସୂଚନା ମିଳିଛି। କେନ୍ଦ୍ରମନ୍ତ୍ରୀ ମହାଦେବ ଜନକର ରବିବାର ଏହି ସୂଚନା ଦେଇଛନ୍ତି। ଶିବାଜୀ ପାର୍କରେ ଆୟୋଜିତ ଦଳର ପ୍ରତିଷ୍ଠା ଦିବସ ଅବସରରେ ସେ ଏହା କହିଛନ୍ତି। ସୂଚନାଯୋଗ୍ୟ, ଜନକର ହେଉଛନ୍ତି ଆର୍ଏସ୍ପିର ଅଧ୍ୟକ୍ଷ। ସଞ୍ଜୟ ଏବେ ତାଙ୍କ ଫିଲ୍ମ ଶୁଟିଂ ପାଇଁ ଦୁବଇରେ ଥିବା ବେଳେ ଖୁବ୍ଶୀଘ୍ର ସେ ମୁମ୍ବାଇ ଫେରିବେ ବୋଲି ମହାଦେବ କହିଛନ୍ତି।