Categories: ଜାତୀୟ

ଭାଜପା ଅଫିସ୍‌କୁ ଅଣାଗଲା ସୁଷମାଙ୍କ ମରଶରୀର

ନୂଆଦିଲ୍ଲୀ, ୭।୮:ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ୬୭ବର୍ଷରେ ପରଲୋକ ଘଟିଛି। ଦିଲ୍ଲୀ ଏମ୍ସଠାରେ ପରଲୋକ ହେବା ପରେ ସୁଷମାଙ୍କ ମରଶରୀର ପ୍ରଥମେ ତାଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ନିଆଯାଇଥିଲା। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ଦେଶର ବିଭିନ୍ନ ନେତା ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ୧୧ଟା ପରେ ସୁଷମାଙ୍କ ମରଶରୀର ଭାଜପା ମୁଖ୍ୟାଳୟକୁ ଅଣାଯାଇଛି। ସେଠାରେ ଦଳର ନେତା ଏବଂ କର୍ମୀମାନେ ସୁଷମାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଏହାପରେ ଅପରାହ୍ଣ ୩ଟାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି।

Share