Categories: ଜାତୀୟ

ଭାଜପା ଆଇଟି ସେଲ୍‌ ମୁଖ୍ୟଙ୍କୁ ଏଡିଟର୍ସ ଗିଲ୍ଡର ସମାଲୋଚନା

ନୂଆଦିଲ୍ଲୀ,୨୯ା୧୨(ପି.ଟି.): ଖବରଦାତା ରାଜଦୀପ୍‌ ସାରଦେଶାଇଙ୍କ ବିରୋଧରେ ଅନ୍‌ଲାଇନ ମତାମତ ସଂଗ୍ରହ କରୁଥିବା ଭାଜପା ଆଇଟି ସେଲ୍‌ ମୁଖ୍ୟ ଅମିତ୍‌ ମାଲବ୍ୟଙ୍କୁ ଏଡିଟର୍ସ ଗିଲ୍ଡ ପକ୍ଷରୁ ସମାଲୋଚନା କରାଯାଇଛି। ଏହାକୁ ପ୍ରତ୍ୟାହାର କରିନେବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଡିଟର୍ସ ଗିଲ୍ଡ ଭାଜପାକୁ କହିଛି। ସାରଦେଶାଇ ଆଇଏସ୍‌ର ପିଆର୍‌ ଦାୟିତ୍ୱ ତୁଲାଇବା ଆବଶ୍ୟକ କି ମତାମତ ଦେବାକୁ ଶୁକ୍ରବାର ମାଲବ୍ୟ ତାଙ୍କ ଟୁଇଟର ହ୍ୟାଣ୍ଡଲରେ ଲେଖିଥିଲେ। ମାଲବ୍ୟଙ୍କର ଏଭଳି କାର୍ଯ୍ୟ ଦୁଃଖଦାୟକ ଓ ନିନ୍ଦନୀୟ ବୋଲି ଏଡିଟର୍ସ ଗିଲ୍ଡ କହିଛି।

Share