Categories: ଜାତୀୟ

ଭାଜପା ଉପରେ ବର୍ଷିଲେ ଉଦ୍ଧବ

ମୁମ୍ବାଇ,୫।୯: ମହାରାଷ୍ଟ୍ରରେ ମନ୍ଦିର ଖୋଲିବା ଏବଂ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେବାକୁ ପ୍ରଦର୍ଶନ କରୁଥିବା ଭାଜପା ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନାଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କିଛି ଲୋକ ମନ୍ଦିର ଏବଂ ଅନ୍ୟାନ୍ୟ ସ୍ଥାନ ଖୋଲିବାକୁ ତତ୍ପର ଅଛନ୍ତି। ମୁଁ ମନ୍ଦିର ଖୋଲିବାକୁ ନୁହେଁ ବରଂ କରୋନା ନାଶ କରିବା କରିବାକୁ ଜନସାଧାରଣଙ୍କୁ ନିବେଦନ କରୁଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ମହାରାଷ୍ଟ୍ରରେ କରୋନା ଦ୍ରୁତ ଗତିରେ ବ୍ୟାପିଛି ଏବଂ ସରକାରଙ୍କୁ ପୁଣି କଡା ନିୟମ ଲାଗୁ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ସେପଟେ ଅନେକ ଭାଜପା ନେତା ସରକାର ବିରୋଧରେ ବିରୋଧ କରୁଛନ୍ତି। କିଛିଦିନ ତଳେ ମୁମ୍ବାଇ ପୋଲିସ ଭାଜପା ନେତା ସୁଧୀର ମୁଙ୍ଗନ୍ତୀୱରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ସୂଚନାଯୋଗ୍ୟ, ଭାଜପା ନେତାମାନେ ୩୦ ଜଣ କର୍ମୀଙ୍କ ସହ ବାବୁଲନାଥ ମନ୍ଦିରର ଫାଟକ ଖୋଲିବାକୁ ଦାବି କରିଥିଲେ।

Share