Categories: ଜାତୀୟ

ଭାଜପା ଏକୁଟିଆ ଗୋଟିଏ ବି ଆସନ ବି ଜିତିପାରିବ ନାହିଁ: ନିଜ ଦଳକୁ ଚେତାଇଲେ ଭାଜପା ବିଧାୟକ

ଗ୍ୟାଙ୍ଗଟକ୍‌,୨୯।୮: ଆସନ୍ତା ବର୍ଷ ସିକ୍କିମରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ସମସ୍ତ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି। ଗ୍ୟାଙ୍ଗଟକ୍‌ରୁ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଓ୍ବାଇ.ଟି ଲେପଚା ଦାବି କରିଛନ୍ତି ଯେ, ଯଦି ଏହି ନିର୍ବାଚନରେ ଦଳ ଏକାକୀ ଲଢେ ତେବେ ୫୦୦ଟି ଭୋଟ ମଧ୍ୟ ପାଇ ପାରିବ ନାହିଁ।
ଉଲ୍ଲେଖନୀୟ କଥା ହେଉଛି, ନିକଟରେ ଭାଜପା ପକ୍ଷରୁ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗଙ୍କ ନେତୃତ୍ୱରେ ମିଳିତ ସହଯୋଗୀ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ)ଉପରେ ଆମେ ସନ୍ତୁଷ୍ଟ ନାହଁୁ ଏବଂ ଏକୁଟିଆ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚିନ୍ତା କରିପାରୁ। ଏହା ଉପରେ ଲେପଚା କହିଛନ୍ତି ଯେ, ଯଦି ଭାଜପା ଏହା କରେ ତେବେ ବିଜୟ ହାସଲ ହୋଇପାରିବ ନାହିଁ। ଏସକେଏମ ସହ ମେଣ୍ଟ ନ କରି ସିକ୍କିମରେ ହେବାକୁ ଥିବା ୨୦୨୪ ବିଧାନସଭା ନିର୍ବାଚନରେ ଭାଜପା କୌଣସି ଆସନ ଜିତିବାର ସମ୍ଭାବନା କମ। ମୁଁ ବ୍ୟକ୍ତିଗତ ଭାବେ ମିଳିତ ମେଣ୍ଟକୁ ସମର୍ଥନ କରେ। ୨୦୨୪ରେ ମଧ୍ୟ ଏସକେଏମ ଏବଂ ଭାଜପା ମଧ୍ୟରେ ମେଣ୍ଟ ଜାରି ରହିବା ଉଚିତ୍‌। ଯଦି ଉଭୟ ଦଳ ଏକାଠି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତେବେ ସେମାନେ ସହଜରେ ଜିତିବେ।

Share