ନୂଆଦିଲ୍ଲୀ,୧୯।୧୨: କଂଗ୍ରେସ ଦଳ ବାବା ସାହେବ ଆମ୍ବେଦକରଙ୍କୁ ଅପମାନିତ କରିଥିବା ଅଭିଯୋଗ କରି ସଂସଦରେ ଭାଜପା ଏମପିମାନେ ବିରୋଧ କରିଥିଲେ। ଏହି ସମୟରେ ଭାଜପା ଏମପି ପ୍ରତାପ ଚନ୍ଦ୍ର ଷଡଙ୍ଗୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ତାଙ୍କୁ ଠେଲି ଦେଇଛନ୍ତି।
ଏହା ବ୍ୟତୀତ କଂଗ୍ରେସ ଦାବି କରିଛି ଯେ ବାବାସାହେବ ଆମ୍ବେଦକରଙ୍କ ଅପମାନକୁ ବିରୋଧ କରୁଥିବା ମଲ୍ଲିକାର୍ଜୁନ ଖାର୍ଗେ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଭାଜପା ଏମପିମାନେ ସଂସଦର ମକର ଫାଟକ ନିକଟରେ ଠେଲାଠେଲି ହୋଇଛନ୍ତି।
ଭାଜପା ଏମପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି, ‘ରାହୁଲ ଗାନ୍ଧୀ ଜଣେ ଏମପିଙ୍କୁ ଠେଲିଦେଲେ ଯାହା ପରେ ମୁଁ ତଳେ ପଡ଼ିଗଲି। ରାହୁଲ ଗାନ୍ଧୀ ଆସି ମୋ ଉପରେ ପଡ଼ିଥିବା ସାଂସଦଙ୍କୁ ଠେଲିଦେଲେ। ଏଥି ସହ ପ୍ରତାପ ଷଡ଼ଙ୍ଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଏହା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା।
#WATCH दिल्ली: बीजेपी सांसद प्रताप चंद्र सारंगी ने कहा, "राहुल गांधी ने एक सांसद को धक्का दिया जो मेरे ऊपर गिर गया जिसके बाद मैं नीचे गिर गया…मैं सीढ़ियों के पास खड़ा था जब राहुल गांधी आए और एक सांसद को धक्का दिया जो मेरे ऊपर गिर गया…" pic.twitter.com/ymVXHqAp8F
— ANI_HindiNews (@AHindinews) December 19, 2024