Advertisement

ଭାଜପା ଏମ୍‌ପିଙ୍କ ପାଇଁ ପାଠଶାଳା: ଅଭ୍ୟାସ ବର୍ଗ ତାଲିମ୍‌ କାର୍ଯ୍ୟକ୍ରମରେ ଯୋଗଦେଲେ ଲୋକ ସଭା ଓ ରାଜ୍ୟ ସଭା ସଦସ୍ୟ

ନୂଆଦିଲ୍ଲୀ,୩।୮: ଭାଜପା ଏମ୍‌ପିଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଶନିବାରଠାରୁ ଆରମ୍ଭ କରିଛନ୍ତି ୨ ଦିନିଆ ପାଠଶାଳା। ଏହି ତାଲିମ୍‌ କାର୍ଯ୍ୟକ୍ରମର ନାମ ଅଭ୍ୟାସ ବର୍ଗ ରଖାଯାଇଛି। ଏହାର ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନ ପରିସରରେ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଲୋକ ସଭା ଏବଂ ରାଜ୍ୟ ସଭା ସଦସ୍ୟଙ୍କୁ ଶନିବାର ରାତି ୮ଟା ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ତାଲିମ୍‌ ଦିଆଯିବା ପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉପସ୍ଥିତ ସଦସ୍ୟଙ୍କୁ ସମ୍ବୋଧିତ କରିବେ। ଏହାପରେ ରବିବାର ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share