Categories: ଜାତୀୟ

ଭାଜପା ଏମ୍‌ପିଙ୍କ ପୁଅ ଅନଲାଇନରେ ମୋବାଇଲ୍‌ ମଗାଇଲେ, ଆସିଲା ପଥର

ମାଲଦା,୩୦।୧୦: ଅନଲାଇନ ଶପିଂ ଭାରତରେ ଧୀରେ ଧୀରେ ଲୋକପ୍ରିୟତା ଅର୍ଜନ କରିଛି। ଉତ୍ସବ ଦିନରେ କମ୍ପାନୀଗୁଡିକ ଲୋକଙ୍କୁ ଲୋଭନୀୟ ଅଫର୍‌ ଦେଇ ନିଜ ଆଡକୁ ଆକୃଷ୍ଟ କରୁଛନ୍ତି। ଗତ ଦୀପାବଳିରେ ଏଭଳି ଅଫର୍‌ ଦେଖି ଏକ ମୋବାଇଲ୍‌ ଅର୍ଡର କରିଥିଲେ ପଶ୍ଚିମବଙ୍ଗ ମାଳଦା ନର୍ଥର ଭାଜପା ଏମ୍‌ପି ଖଗେନ ମୁର୍ମୁଙ୍କ ପୁଅ। ହେଲେ ତାଙ୍କ ପାଖକୁ କମ୍ପାନୀ ପକ୍ଷରୁ ମୋବାଇଲ ପରିବର୍ତ୍ତେ ଗୋଟିଏ ପଥର ପ୍ୟାକେଟ ଆସିଛି। ସୂଚନାଯୋଗ୍ୟ, ଦୀପାବଳି ଅଫରବେଳେ ଏମ୍‌ପି ଖଗେନ ମୁର୍ମୁଙ୍କ ଇ-କର୍ମସ ପୋର୍ଟାଲ ଜରିଆରେ ୧୧,୯୯୯ ଟଙ୍କାର ମୋବାଇଲ ଫୋନ ପାଇଁ ଅର୍ଡର କରିଥିଲେ। ପ୍ୟାକେଟ ନଖୋଲି ମୁର୍ମୁ କୋରିଅର ଆଣିଥିବା ଲୋକଙ୍କୁ ଟଙ୍କା ଦେଇଥିଲେ। ପ୍ୟାକେଟ ଖୋଲିବା ପରେ ଏହା ଭିତରେ ଦୁଇଟି ପଥର ବାହାରିଥିଲା। ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ କମ୍ପାନୀ ବିରୋଧରେ ଏମ୍‌ପି ଇଂଲିଶ ଷ୍ଟେସନ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି।

Share