ବେଙ୍ଗାଲୁରୁ,୮ା୭(ପି.ଟି.): କର୍ନାଟକର ଅସନ୍ତୁଷ୍ଟ କଂଗ୍ରେସ ଏବଂ ଜେଡିଏସ୍ ବିଧାୟକମାନେ ଇସ୍ତଫା ଦେବା ପରେ ଯେଉଁ ଚାର୍ଟାର୍ଡ ବିମାନରେ ମୁମ୍ବାଇ ଯାଇଛନ୍ତି, ତାହା ଭାଜପାର ରାଜ୍ୟ ସଭା ସଦସ୍ୟ ରାଜୀବ ଚନ୍ଦ୍ରଶେଖରଙ୍କର ବୋଲି ସୂତ୍ରରୁ ଜଣାପଡ଼ିଛି। ଜୁପିଟର କ୍ୟାପିଟାଲ ପ୍ରାଇଭେଟ ଲିମିଟେଡ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ହେଉଛନ୍ତି ରାଜୀବ ଚନ୍ଦ୍ରଶେଖର। ଏହି କମ୍ପାନୀର ବିମାନରେ କଂଗ୍ରେସ-ଜେଡିଏସ୍ର ଇସ୍ତଫା ଦେଇଥିବା ବିଧାୟକମାନେ ଶନିବାର ମୁମ୍ବାଇରେ ପହଞ୍ଚତ୍ଥିଲେ। ତେବେ ଏହା ବ୍ୟବସାୟ ପାଇଁ ଚଳାଚଳ କରୁଥିବାରୁ ସେଥିରେ ଯେ କେହି ଯାତ୍ରା କରିପାରିବେ ବୋଲି କମ୍ପାନୀର ଅଧିକାରୀମାନେ ସଫେଇ ଦେଇଛନ୍ତି।