Categories: ଜାତୀୟ

ଭାଜପା ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ ପଛରେ ପାକିସ୍ତାନ

ନୂଆଦିଲ୍ଲୀ, ୩ା୧୧(ପି.ଟି.): ସନ୍ଦିଗ୍ଧ ପାକିସ୍ତାନୀ ହ୍ୟାକରମାନେ ଶନିବାର ଭାଜପାର ଦିଲ୍ଲୀ ୟୁନିଟ୍‌ ଓ୍ବେବ୍‌ସାଇଟ୍‌କୁ ହ୍ୟାକ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ଜଣାପଡ଼ିଛି। ମହମ୍ମଦ ବିଲାଲ ଟିମ୍‌ ନାମକ ଏକ ହ୍ୟାକର ଗୋଷ୍ଠୀ ଏହି ହ୍ୟାକ୍‌ କରିଥିବା ଦାବି କରିଥିବାବେଳେ ‘ ଘରେ ପଶି ମାରିବୁ’ବୋଲି ମେସେଜ୍‌ କରିଛି। ପୁଣି ‘ ମୋତେ ଅଭିନନ୍ଦନଙ୍କ ଭଳି ବୀରଚକ୍ର ଦିଆଯିବ କି’ ବୋଲି ଏକ ଇ-ମେଲ୍‌ ଆଇଡିରେ ପ୍ରଶ୍ନ କରାଯାଇଛି। ହ୍ୟାକରମାନେ ଅଭିନନ୍ଦନଙ୍କ ସହ କେତେକ ପୋଲିସ ଥିବା ଫଟୋ ପୋଷ୍ଟକରି କ୍ୟାପ୍‌ଶନରେ ‘ ୨୭ ଫେବୃୟାରୀ ମନେ ଅଛି ତ’ ବୋଲି ପୋଷ୍ଟ କରିଛନ୍ତି। ଅନ୍ୟ ଏକ ମେସେଜ୍‌ରେ ‘ଫିଲ୍ମ କର, ଲଢ଼ିବାକୁ ତୁମେ ସକ୍ଷମ ନୁହଁ’ ବୋଲି ଲେଖାଯାଇଛି। ପ୍ରକାଶଥାଉ କି, ଗତବର୍ଷ ମେ’ରେ ଗୋମାଂସ ଡିଶ୍‌ ଫଟୋ ପଠାଯାଇ ଭାଜପାର ଦିଲ୍ଲୀ ୟୁନିଟ୍‌ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ କରାଯାଇଥିଲା।

Share