Categories: ଜାତୀୟ

ଭାଜପା କର୍ମୀଙ୍କ ଉପରେ ପୋଲିସର ଲାଠିମାଡ଼

କୋଲକାତା,୧୮ା୧(ଏଆଇଏନ୍‌ଏସ୍‌): ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲା ଅନ୍ତର୍ଗତ ନନ୍ଦିଗ୍ରାମରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ସପକ୍ଷରେ ଶନିବାର ଶୋଭାଯାତ୍ରା ବାହାର କରିଥିବା ଭାଜପା କର୍ମୀଙ୍କ ଉପରେ ପୋଲିସ ଲାଠିମାଡ଼ କରିଛି। ରାଜ୍ୟ ଭାଜପା ସଭାପତି ଦିଲୀପ ଘୋଷଙ୍କ ନେତୃତ୍ୱରେ ଏହି ର଼୍ୟାଲି ବାହାରିଥିଲା। ଏଥିପାଇଁ ଅନୁମତି ଦିଆଯାଇ ନ ଥିବାରୁ ପୋଲିସ ରେୟାପାରା ନିକଟରେ ଘୋଷଙ୍କ କାର୍‌ ସହ ଯାଉଥିବା ବାଇକ ଆରୋହୀମାନଙ୍କୁ ଅଟକାଇଥିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଭାଜପା କର୍ମୀମାନେ ବାରିକେଡ୍‌ ଭାଙ୍ଗିବାକୁ ଉଦ୍ୟମ କରିବାରୁ ପୋଲିସ ଲାଠିଚାଳନା କରିଥିଲା। ଏଥିରେ ୪ ଜଣ ଭାଜପା କର୍ମୀ ଆହତ ହୋଇଥିବା କୁହାଯାଉଛି।

Share