ନୂଆଦିଲ୍ଲୀ,୨୩।୫: ଗୋଟିଏ ପଟେ ଲୋକ ସଭା ନିର୍ବାଚନକୁ ନେଇ ବିଭିନ୍ନ ଦଳ ଆଶା ଆଶଙ୍କାରେ ରହିଥିବା ବେଳେ ଅନ୍ୟପଟେ ଦିଲ୍ଲୀର ଭାଜପା କାର୍ଯ୍ୟାଳୟରେ କଡା ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ସାରା ଦେଶରେ ଭାଜପା ପାଖାପାଖି ୨୯୫ ଆସନରେ ଆଗୁଆ ଥିବା ବେଳେ ମୋଦି ପୁଣି ଥରେ ସରକାର ଗଠନ କରିବେ ବୋଲି ଆଲୋଚନା ହେଉଛି। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାଜପା କାର୍ଯ୍ୟାଳୟ ସମ୍ମୁଖରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।