ଭାଜପା କିମ୍ବା ବିଜେଡିକୁ ଭୋଟ ଦେବନି କଂଗ୍ରେସ: ନିରଞ୍ଜନ

ଭୁବନେଶ୍ୱର,୮ା୩(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସ ବିଧାୟକ ଭୋଟ ଦେବେ ନାହିଁ। ପ୍ରାର୍ଥୀ ନ ଥିବାରୁ ଭୋଟ କାହିଁକି ଦେବୁ ବୋଲି ରବିବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଭା ଲାଗି ବିଜେଡି ପ୍ରାର୍ଥୀ ଘୋଷଣା କରିଛନ୍ତି। ତେବେ ସେମାନଙ୍କୁ କଂଗ୍ରେସ ସମର୍ଥନ କରିବ କି ପ୍ରଶ୍ନର ଜବାବରେ ନିରଞ୍ଜନ କହିଛନ୍ତି, ଆମେ ଭାଜପା କିମ୍ବା ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରିବୁ ନାହିଁ। ଆମର ପ୍ରାର୍ଥୀ ନାହାନ୍ତି, କ’ଣ ପାଇଁ ଭୋଟ ଦେବୁ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି।

Share