Categories: ଜାତୀୟ

ଭାଜପା ଛାଡ଼ିବାକୁ ଆସାମ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସର ପ୍ରସ୍ତାବ

ଗୁଆହାଟୀ,୧୩ା୧(ପି.ଟି.): ବିଧାୟକମାନଙ୍କ ସହ ଭାଜପା ଛାଡ଼ି ସିଏଏ ବିରୋଧୀ ସରକାର ଗଠନ କରିବାକୁ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କୁ ବିରୋଧୀ ଦଳ ନେତା ଦେବବ୍ରତ ସାଇକିଆ ପ୍ରସ୍ତାବ ଦେଇଛନ୍ତି। ସୋନୋଓ୍ବାଲଙ୍କ ନେତୃତ୍ୱରେ ବିକଳ୍ପ ସରକାରକୁ କଂଗ୍ରେସ ସମର୍ଥନ ଯୋଗାଇଦେବ ବୋଲି ସେ କହିଛନ୍ତି। ଜାନୁୟାରୀ ୧୦ରୁ ଦେଶରେ ସିଏଏ କାର୍ଯ୍ୟକାରୀ ହେଲା ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାକୁ ଆସାମରେ ଲାଗୁ ନ କରିବାକୁ ହେଲେ ବିକଳ୍ପ ସରକାରର ଆବଶ୍ୟକତା ରହିଛି। ଏଥିପାଇଁ ସୋନୋଓ୍ବାଲ ଓ ତାଙ୍କର ଦଳୀୟ ବିଧାୟକମାନେ ଭାଜପା ଛାଡ଼ି ସ୍ବାଧୀନ ଭାବେ ସରକାର ଗଠନ କଲେ ଆମେ ସମର୍ଥନ ଯୋଗାଇଦେବୁ ବୋଲି ସାଇକିଆ ଖବରଦାତାମାନଙ୍କୁ କହିଛନ୍ତି।

Share