ନୂଆଦିଲ୍ଲୀ,୧୨।୧୨: ନାଗରିକତ୍ୱ (ସଂଶୋଧନ) ବିଲ୍(ସିଏବି)କୁ ନେଇ ଆସାମରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଇତି ମଧ୍ୟରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଅଭିନେତା ଜତିନ ବୋରା ଗୁରୁବାର ଦଳରୁ ଇସ୍ତଫା ଦେଇଛନ୍ତି। ଜତିନ ମଧ୍ୟ ଆସାମ ଷ୍ଟେଟ ଫିଲ୍ମ ଫାଇନାସ୍ସ ଡେଭଲପମେଣ୍ଟ କର୍ପୋରେଶନର ମୁଖ୍ୟ ଥିଲେ। ତେବେ ଜତିନ ନାଗରିକତ୍ୱ (ସଂଶୋଧନ) ବିଲ୍(ସିଏବି)କୁ ବିରୋଧ କରୁଥିବାରୁ ଦଳରୁ ଇସ୍ତଫା ଦେଇଥିବା କୁହାଯାଉଛି। ସେ କହିଛନ୍ତି ମୋ ଭାଷା ଓ ମୋ ସଂସ୍କୃତି ମୋ ପାଇଁ ସବୁକିଛି। ତେଣୁ ମୁଁ ଦଳ ଛାଡିଛି।