ଭାଜପା ଛାଡି ବିଜେଡିରେ ଯୋଗଦେଲେ ୨୦ ସମିତିସଭ୍ୟାସଭ୍ୟ: ଜୁନାଗଡ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଆସନ ଟଳମଳ

ଜୁନାଗଡ,୬।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକର ୨୦ଜଣ ସମିତିସଭ୍ୟାସଭ୍ୟ ଭାଜପା ଛାଡି ବିଜେଡିରେ ଯୋଗଦେଇଛନ୍ତି। ଜୁନାଗଡ ବିଧାୟକ ତଥା ରାଜ୍ୟ ଶକ୍ତମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କ ନେତୃତ୍ୱରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ଯୋଗଦେଇଥିଲେ। ଏପଟେ ୨୦ ଜଣ ସମିତିସଭ୍ୟାସଭ୍ୟ ବିଜେଡିରେ ଯୋଗଦେବା ପରେ ଜୁନାଗଡ ବ୍ଲକ ଅଧ୍ୟକ୍ଷା/ଉପାଧ୍ୟକ୍ଷ ଆସନ ଏବେ ଟଳମଳ ପରିସ୍ଥିତି ସୃଷ୍ଟି ହୋଇଛି। ଜୁନାଗଡ ବ୍ଲକରେ ମୋଟ ୩୪ଟି ପଞ୍ଚାୟତ ରହିଛି। ସେଥିମଧ୍ୟରୁ ବ୍ଲକ ଅଧ୍ୟକ୍ଷା/ଉପାଧ୍ୟକ୍ଷ ପଦବୀ ପାଇଁ ୧୮ଟି ସମିତିସଭ୍ୟା/ସଭ୍ୟ ଦରକାର। ଗତ ୨୦୧୭ରୁ ଏଠାରେ ଭାଜପା ସମର୍ଥିତ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ରହିଛନ୍ତି। ବର୍ତ୍ତମାନ ୨୦ଜଣ ସମିତିସଭ୍ୟାସଭ୍ୟ ବିଜେଡିରେ ଯୋଗଦେବା ପରେ ଖୁବଶୀଘ୍ର ଅନାସ୍ଥା ପ୍ରସ୍ତାବ ଆଶଙ୍କା ଦେଖାଯିବା ସହ ଭାଜପା ସମର୍ଥିତ ବ୍ଲକ ଅଧ୍ୟକ୍ଷା/ଉପାଧ୍ୟକ୍ଷ ପଦବୀ ଯାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହାକୁ ନେଇ ଜୁନାଗଡ ବ୍ଲକ ରାଜନିତୀରେ ଏବେ ଭୁକୁଞ୍ଚନ ସୃଷ୍ଟି ହୋଇଛି। ଜିଲା କାର୍ଯ୍ୟକାରୀ ସଭାପତି ପ୍ରବୋଦ ରଥ, ଭବାନୀପାଟଣା ପୂର୍ବତନ ନଗରପାଳ ଆଦିତ୍ୟ ପ୍ରସାଦ ନନ୍ଦ, ଜୁନାଗଡ ସରପଞ୍ଚ ସଂଘ ସଭାପତି ଅଜୟ କୁମାର ବେହେରା, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ମହେଶ କୁମାର ସାହୁ, ଜୁନାଗଡ ବ୍ଲକ ସଭାପତି ପ୍ରମୋଦ ବେହେରା, ଯୁବ ନେତା ଦିନେଶ ବଗର୍ତ୍ତୀ, ଆଇନଜୀବୀ ବିଶ୍ୱନାଥ କର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ଦାବି

ପାଟଣା,୨୭ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ଷ୍ଟାଡିୟମ ନିର୍ମାଣ ଖୁବ୍‌ ଶୀଘ୍ର ସାରିବା ଦାବିରେ ଗୁରୁବାର ସ୍ଥାନୀୟ ଖେଳାଳି ଓ ବୁଦ୍ଧିଜୀବୀ ବିକ୍ଷୋଭ...

ବଡ଼ ଅପଡେଟ୍‌: ଗିରଫ ହେଲେ ପିସିସି ସଭାପତି ଭକ୍ତ ଦାସ

ଭୁବନେଶ୍ୱର,୨୭।୩: ପିସିସି ସଭାପତି ଭକ୍ତ ଦାସଙ୍କୁ ଗିରଫ କଲା ପୋଲିସ। ତୁଙ୍ଗ କଂଗ୍ରେସ ନେତାଙ୍କୁ ଗିରଫଦାରି ଆରମ୍ଭ କରିଛି ପୋଲିସ। ପିସିସି ସଭାପତି ଭକ୍ତ ଦାସଙ୍କୁ...

ବଡ଼ ଖବର: ତାରାଙ୍କୁ ଉଠାଇନେଲା ପୋଲିସ, ରାଜନୀତିରେ ହଇଚଇ

ଭୁବନେଶ୍ୱର,୨୭।୩: ଲୋୟର ପିଏମଜିରେ ମୁହାଁମୁହିଁ ହୋଇଛନ୍ତି ପୋଲିସ-କଂଗ୍ରେସ। ଲୋୟର ପିଏମଜିରେ ଲାଠିଚାର୍ଜ । ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ସରକାରକୁ ଘେରିଛନ୍ତି କଂଗ୍ରେସ କର୍ମୀ ।...

‘ଆୟଠୁ ବଢ଼ିଯାଉଛି ବ୍ୟୟ, କ୍ଷତିରେ ଚାଲୁଛି OSRTC, ୨ ବର୍ଷରେ କ୍ଷତି ହେଲାଣି ଏତିକି କୋଟି’

ଭୁବନେଶ୍ୱର,୨୭ା୩: ଆୟଠୁ ବ୍ୟୟ ବଢ଼ି ଯାଉଛି, କ୍ଷତିରେ ଚାଲୁଛି OSRTC। ଦୁଇ ବର୍ଷରେ OSRTC କ୍ଷତି କଲାଣି ୪୫ କୋଟି ୪୬ ଲକ୍ଷ ଟଙ୍କା। ଗୁରୁବାର...

ଭୟଙ୍କର ଆନ୍ଦୋଳନ: ଲୋୟର ପିଏମଜିରେ ଲାଠିଚାର୍ଜ, ସେପଟୁ ପଥର ମାଡ କଲା କଂଗ୍ରେସ

ଭୁବନେଶ୍ୱର,୨୭।୩: ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ । ଭୁବନେଶ୍ୱର ଲୋୟର ପିଏମଜିରେ ଲାଠିଚାର୍ଜ । ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ସରକାରକୁ ଘେରିଛନ୍ତି କଂଗ୍ରେସ କର୍ମୀ...

ଆଉ ୧୪୭ ପଡ଼ା ଗାଁ ହେବ ରାଜସ୍ବ ଗାଁ

ଭୁବନେଶ୍ୱର,୨୭ା୩: ବର୍ଷକ ଭିତରେ ୨୬୩ ପଡ଼ା ଗାଁ ରାଜସ୍ବ ଗାଁରେ ପରିବର୍ତ୍ତନ ହୋଇଛି। ତେବେ ଆଉ ୧୪୭ଟି ପଡ଼ା ଗାଁକୁ ରାଜସ୍ବ ଗାଁ କରିବା ନେଇ...

ପରୀକ୍ଷାର୍ଥୀଙ୍କ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ଦେବଗଡ଼,୨୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ରେ ହୋମ୍‌ଗାର୍ଡ ପାଇଁ ହେଉଥିବା ଶାରିରୀକ ପରୀକ୍ଷା ବେଳେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ରାସ୍ତା ମଝିରେ ଗର୍ଜିଲେ ସୋଫିଆ, କହିଲେ ମୁଖ୍ୟମନ୍ତ୍ରୀ କିଛି ଜାଣି ପାରୁ ନାହାନ୍ତି…

ଭୁବନେଶ୍ୱର,୨୭।୩: ରାଜଧାନୀରେ କଂଗ୍ରେସ କରିଛି ରଣହୁଙ୍କାର। କଂଗ୍ରେସର ଗର୍ଜନରେ ଉଠୁଛି ପଡୁଛି ରାଜଧାନୀ। କଂଗ୍ରେସର ଆନ୍ଦୋଳନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି। ବିଧାନସଭା ଆଗରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image