ଭାଜପା ଛାଡି ବିଜେଡିରେ ଯୋଗଦେଲେ ତଳମଲା ସମିତିସଭ୍ୟା:ଜୁନାଗଡ ବ୍ଲକ ରାଜନିତୀ ସରଗରମ

ଜୁନାଗଡ,୧୧।୮(ଡି.ଏନ.ଏ.)
କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳମଲା ପଞ୍ଚାୟତ ସମିତିସଭ୍ୟା ଗୀତାଞ୍ଜଳୀ ହଂସ ଶନିବାର ଭାଜପା ଛାଡି ବିଜେଡିରେ ଯୋଗଦେଇଛନ୍ତି। କଳାହାଣ୍ଡି ଜିଲା ଜୁନାଗଡ ସହର କଲମପୁର ଛକସ୍ଥିତ ବିଜେଡି କାର୍ଯ୍ୟାଳୟରେ ସେ ବିଦ୍ଧିବଦ୍ଧ ଭାବେ ବିଜେଡିରେ ଯୋଗଦେଇଛନ୍ତି। ତାଙ୍କ ଦଳୀୟ କର୍ମୀମାନେ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ସେହିପରି ସମିତିସଭ୍ୟା ହଂସଙ୍କ ନେତୃତ୍ୱରେ ତାଙ୍କ ସ୍ବାମୀ ଦୟା ହଂସଙ୍କ ସମେତ ପଞ୍ଚାୟତର ଅନେକ ମହିଳା, ପୁରୁଷ ମଧ୍ୟ ବିଜେଡିରେ ଯୋଗଦେଇଥିଲେ। ଏହି ମିଶ୍ରଣ ପର୍ବରେ ଜୁନାଗଡ ବ୍ଲକ ସରପଞ୍ଚ ସଂଘ ସଭାପତି ଅଜୟ କୁମାର ବେହେରା, ବିଜେଡି ଜୁନାଗଡ ବ୍ଲକ ସଭାପତି ପ୍ରମୋଦ ବେହେରା, ଆଇନଜୀବୀ ବିଶ୍ୱନାଥ କର, ପ୍ରଦ୍ୟୁମ୍ନ ରାଉତ, ଯୁବ ନେତା ଦୁଷ୍ମନ୍ତ ନାଏକ, ବିଶ୍ୱ ରଞ୍ଜନ ନାଏକ, କାମାକ୍ଷ ପ୍ରଧାନୀ, ବେଣୁ ଦୀପ, ଭିଷ୍ମ ଦୀପ ପ୍ରମୁଖ ଉପସ୍ଥିତ ଥିଲେ। ଗତ ସୋମବାର ଜୁନାଗଡ ବିଧାୟକ ତଥା ଶକ୍ତି ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ନେତୃତ୍ୱରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜୁନାଗଡ ବ୍ଲକର ୨୦ ସମିତିସଭ୍ୟାସଭ୍ୟ ବିଜେଡିରେ ଯୋଗଦେଇଥିଲେ।
ଗତ ୨୦୧୭ରୁ ଏଠାରେ ଭାଜପା ସମର୍ଥିତ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ରହିଛନ୍ତି। ଜୁନାଗଡ ବ୍ଲକରେ ମୋଟ ୩୪ଟି ପଞ୍ଚାୟତ ରହିଛି। ସେଥିମଧ୍ୟରୁ ବ୍ଲକ ଅଧ୍ୟକ୍ଷା/ଉପାଧ୍ୟକ୍ଷ ପଦବୀ ପାଇଁ ୧୮ଟି ସମିତି ସଭ୍ୟାସଭ୍ୟ ଦରକାର। ବର୍ତ୍ତମାନ ଗୋଟେ ପରେ ଗୋଟେ ପ୍ରାୟ ୨୧ଜଣ ସମିତି ସଭ୍ୟାସଭ୍ୟ ଭାଜପା ଛାଡି ବିଜେଡିରେ ଯୋଗଦେଇଥିବାରୁ ବ୍ଲକ ଅଧ୍ୟକ୍ଷା/ଉପାଧ୍ୟକ୍ଷ ଆସନ ଟଳମଳ ହେଉଛି। କେଉଁ ମୁହୁର୍ତ୍ତରେ ଏଠାରେ ଅନାସ୍ତା ପ୍ରସ୍ତାବ ହେବା ସହ ଭାଜପା ସମର୍ଥିତ ବ୍ଲକ ଅଧ୍ୟକ୍ଷା/ଉପାଧ୍ୟକ୍ଷ ପଦବୀ ଯାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଯାହାକୁ ନେଇ ଜୁନାଗଡ ବ୍ଲକ ରାଜନିତୀ ଏବେ ସରଗରମ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂତନ ଡେଲି ମାର୍କେଟର ଶିଳାନ୍ୟାସ: ଉପକୃତ ହେବେ ୫ ଶହରୁ ଅଧିକ ବ୍ୟବସାୟୀ

ଭବାନୀପାଟଣା,୪ା୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକା ପକ୍ଷରୁ ସୋମବାର ସ୍ଥାନୀୟ ୨୦ ନଂ ୱାର୍ଡରେ ନୂତନ ଡେଲି (ଦୈନିକ) ମାର୍କେଟର ଶିଳାନ୍ୟାସ କରାଯାଇଛି। ଏଥିପାଇଁ...

ଓଡ଼ିଶା ବନ ଓ ପରିବେଶ ବିଭାଗ ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ ୩ ସ୍ବର୍ଣ୍ଣ ପଦକ ହାସଲକାରୀ ସମ୍ମାନିତ

ଭବାନୀପାଟଣା,୫।୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଅମଲା ଭବନଠାରେ ରବିବାର ଓଡିଶା ବନ ଓ ପରିବେଶ ବିଭାଗ ଅବସରପ୍ରାପ୍ତ କର୍ମଚାରୀ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି।...

ଇନ୍ଦିରା ଆବାସ କାର୍ଯ୍ୟାଦେଶ ଠକେଇ: ଅଭିଯୁକ୍ତଙ୍କୁ ଜେଲଦଣ୍ଡ

କୋକସରା,୪ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୦୦୩ରେ କଳାହାଣ୍ଡି ଜିଲା କୋକସରା ବ୍ଲକରେ ନକଲି ଇନ୍ଦିରା ଆବାସ କାର୍ଯ୍ୟାଦେଶ ବଣ୍ଟନ କରି ହିତାଧିକାରୀଙ୍କଠାରୁ ୩ ହଜାର ଟଙ୍କା...

ସ୍କୁଲ ସଭାପତିରୁ ମନ୍ତ୍ରୀ ହୋଇଛି: ଗଣଶିକ୍ଷା ମନ୍ତ୍ରୀ

କୋକସରା/ଜୟପାଟଣା, ୪ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଓମ୍‌ ପ୍ରକାଶ ବୈଠାରୁ): କଳାହାଣ୍ଡି ଜୟପାଟଣା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ପରମାନନ୍ଦ ଉଚ୍ଚ ବିଦ୍ୟାଳୟଠାରେ ସୋମବାର ପୁରାତନ ଛାତ୍ର ସମାବେଶ ଆୟୋଜିତ...

୨ବର୍ଷ ହେଲା ସୋଲାର ଜଳ ପ୍ରକଳ୍ପ ଅଚଳ: ଅସୁବିଧାରେ ୭୫ ପରିବାର

ଥୁଆମୂଳ ରାମପୁର, ୪।୧୧(ଦୁର୍ଗା କୀର୍ତ୍ତି): ଦୀର୍ଘ ଦୁଇ ବର୍ଷ ହେବ ଅଚଳ ହୋଇପଡିଛି ସୋଲାର ଜଳ ଅମଳ ପ୍ରକଳ୍ପ। ବର୍ତ୍ତମାନ ପାଣି ପାଇଁ ଅସୁବିଧାର ସମ୍ମୁଖୀନ...

ଗୁଣିଗାରେଡ଼ି ସନ୍ଦେହ: ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ

କୋକସରା,୩।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଧଅଁରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି।...

ସ୍କୁଲ ଭିତରେ ମଦ୍ୟପାନ କରି ନିଲମ୍ବିତ ହେଲେ କିରାଣି, ଭିଡିଓ ଭାଇରାଲ

ରିଷିଡ଼ା,୩ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲସ୍ଥିତ ପୁରୁଷୋତ୍ତମ ସରକାରୀ ହାଇସ୍କୁଲ ପରିସର ମଧ୍ୟରେ ସ୍କୁଲର ବରିଷ୍ଠ କିରାଣି ଭୋପାଳ ଚନ୍ଦ୍ର ବେହେରା ସ୍କୁଲ...

ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ଜେଲ ଗଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ଭବାନୀପାଟଣା, ୧।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୁଲ ରାମପୁର ବ୍ଲକ କାଣୀଗୁମା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ) ସନ୍ୟାସୀ ନାୟକଙ୍କୁ ଆୟବର୍ହିଭୁତ ସମ୍ପତ୍ତି ଠୁଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri