ଭାଜପା ଜିତିଲେ ହିଟ୍‌ ହେବ ବିବେକଙ୍କ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’ !

ମୁମ୍ବାଇ: ଦୁଇ ଦିନ ପରେ ଅର୍ଥାତ ଶୁକ୍ରବାର ପରଦାକୁ ଆସିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’। ନିର୍ବାଚନ ପୂର୍ବରୁ ଏହାକୁ ରିଲିଜ୍‌ କରାଯିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏବେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଦିନ ଏହାକୁ ରିଲିଜ୍‌ କରାଯିବ ବୋଲି ଘୋଷଣା କରାଯାଇଛି। ଭାଜପା ଯଦି କ୍ଷମତାକୁ ଆସେ ତେବେ ଫିଲ୍ମଟି ହିଟ୍‌ ହେବ ବୋଲି ଅନୁମାନ କରାଯାଉଛି।

ଫିଲ୍ମରେ ମୋଦିଙ୍କ ଭୂମିକାରେ ଅଭିନୟ କରିଛନ୍ତି ବିବେକ। ଫିଲ୍ମର ସଫଳତା ଅଥବା ବିଫଳତା ବିବେକଙ୍କ ଉପରେ ପ୍ରଭାବ ପକାଇପାରେ। ପୂର୍ବରୁ ସଲମାନଙ୍କ ସହ ବିବାଦ ପରେ ଶିଥିଳ ହୋଇପଡ଼ିଥିଲା ବିବେକଙ୍କ କ୍ୟାରିଅର। ଏପରିସ୍ଥଳେ ଏହି ଫିଲ୍ମ ତାଙ୍କ ପାଇଁ ଏକ ନୂଆ ଆରମ୍ଭ ହୋଇପାରେ। ଲୋକ ସଭା ନିର୍ବାଚନର ଫଳାଫଳ ଫିଲ୍ମ ଭଲ ଚାଲିବ କି ନାହିଁ ତାହା ସ୍ଥିର କରିବ ବୋଲି କୁହାଯାଉଛି।

Share